POLITICALS

ଜମ୍ମୁର ୫ ଜିଲ୍ଲାରେ ପୁଣି ବନ୍ଦ ହେଲା ମୋବାଇଲ୍-ଇଣ୍ଟରନେଟ୍ ସେବା

No Service 1

ଜମ୍ମୁର ୫ଟି ଜିଲ୍ଲାରେ ରବିବାର ସକାଳୁ ମୋବାଇଲ ଇଣ୍ଟରନେଟ୍  ସେବାକୁ ପୁଣି ବନ୍ଦ କରିଦିଆଯାଇଛି। ଗତ ଅଗଷ୍ଟ ୪ ତାରିଖ ରୁ ଏଠାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ଥିଲା। ତେବେ ଶୁକ୍ରବାର ସେବା ପୁଣି ଚାଲୁ ହୋଇଥିବା ବେଳେ ବନ୍ଦ କରିଦିଆଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। କିଛି ସମସ୍ୟା ଲାଗି ମୋବାଇଲ ଇଣ୍ଟରନେଟ ସେବା ବ୍ୟହତ ହୋଇଛି।  ସୁରକ୍ଷା ସମୀକ୍ଷା ପରେ ତାହା ପୁଣି ସ୍ୱଭାବିକ ହୋଇଯିବ ବୋଲି କହିଛନ୍ତି ଅଧିକାରୀ ।

 

ତେବେ ପାକିସ୍ତାନ ଲୋକଙ୍କୁ ଉସକେଇବା ଲାଗି ଅହରହ ଉଦ୍ୟମ କରୁଥିବା କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ  କହିଥିଲେ। ହେଲେ ଏଥିପ୍ରତି ସରକାର କଡା ନଜର ରଖିଥିବା ବେଳେ ପାକିସ୍ତାନକୁ ଉଦ୍ଦେଶ୍ୟ ପୁରଣ କରିବାର ସୁଯୋଗ ମିଳିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।  ନେତାମାନଙ୍କ ଅଟକ ନେଇ ଗଣମାଧ୍ୟମର ପ୍ରଶ୍ନର ଜବାବରେ ରେଡ୍ଡୀ କହିଥିଲେ ଯେ କାଶ୍ମୀରରେ ନେତା ଗୃହବନ୍ଦୀ  ହେବା କିଛି ନୂଆ କଥା ନୁହେଁ। ସେମାନଙ୍କ ସୁରକ୍ଷା ଲାଗି ସରକାର ପୂର୍ବରୁ ଅନେକ ଥର ଏହି ପଦକ୍ଷେପ ନେଇଛନ୍ତି। ଏଥର ବି ସେହିଭଳି ସେମାନଙ୍କୁ ସୁରକ୍ଷାଗତ  କାରଣ ଲାଗି ଅଟକ ରଖାଯାଇଛି ବୋଲି କହିଛନ୍ତି।

ପଢନ୍ତୁ: ଚିଲିକାରେ ବିଦେଶୀ ଜାହାଜ ଲାଗିବା ଘଟଣା, କର୍ତ୍ତୃପକ୍ଷ ଏବଂ କମିଶନରଙ୍କ ମନ୍ତବ୍ୟରେ ନାହିଁ ତାଳମେଳ

Related posts

ବିଜେଡିର ପାର୍ଥୀ ତାଲିକା ପ୍ରକାଶ ପାଇଲା: ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିବେ ନବୀନ

Ratnamani Moharana

ସବୁଦିନ ପାଇଁ ଭାଙ୍ଗିଲା ସପା-ବସପା ମେଣ୍ଟ

Ratnamani Moharana

ବିଜୁ ପଟ୍ଟନାୟକ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ ପଣ୍ଡା

ENO Beuro

1 comment

Leave a Comment