POLITICALS

ବିଧାନସଭାରେ ମନା ମୋବାଇଲ

Untitled 1

ଏଣିକି ବିଧାନସଭା   ଭିତରେ ଯଦି କାହାର ମୋବାଇଲ ବାଜିବ କି କିଏ ବ୍ୟବହାର କରୁଥିବାର ଦେଖାଯିବେ ତେବେ ତାହାକୁ ଜବତ କରାଯିବ । ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  ଶୂନ୍ୟକାଳରେ ଏହି ରୁଲିଂ ଦେଇଛନ୍ତି । ବାଚସ୍ପତି କହିଛନ୍ତି ଯେ, ବିଧାନସଭାକୁ ମୋବାଇଲ ଆଣିବା ଉପରେ ପୂର୍ବରୁ ରୋକ୍ ଲାଗିଛି । ହେଲେ ବିଧାୟକମାନେ ଏହାକୁ ମାନୁନାହାଁନ୍ତି । ଯେଉଁ କାରଣରୁ ଗୃହ ଭିତରେ ବିଭିନ୍ନ ସମୟରେ ବାରମ୍ବାର ମୋବାଇଲ ବାଜୁଥିବାରୁ ଗୃହ କାର୍ଯ୍ୟରେ ବାଧା ଉପୁଜିଛି ।

 

 

ସୂଚନାଯୋଗ୍ୟ, ବିଧାୟକ ଓ ମନ୍ତ୍ରୀମାନେ ନିଜର ଫୋନକୁ ବେଧଡ଼କ ଭାବେ ଗୃହ ଭିତରକୁ ନେଇ ଯାଉଛନ୍ତି। ଗୃହ କାର୍ଯ୍ୟ ଚାଲିଥିବାବେଳେ ଫୋନ୍ ରିଂ ହେଉଥିବାରୁ ତାହା ଗୃହର ପରମ୍ପରା ଓ ଗରିମାକୁ ଭଙ୍ଗ କରୁଛି। ଗୃହ ଭିତରକୁ ମୋବାଇଲ ଫୋନ୍ ନେବା ଉପରେ କଟକଣା ବହୁ ପୂର୍ବରୁ ଥିଲେ ମଧ୍ୟ ଅଧିକାଂଶ ବିଧାୟକ ଓ ମନ୍ତ୍ରୀ ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମହେଶ୍ୱର ମହାନ୍ତି  ବାଚସ୍ପତି ଥିବାବେଳେ ଗୃହକୁ ମୋବାଇଲ ଫୋନ୍ ଆଣିବା ଉପରେ କଟକଣା ଜାରି କରିଥିଲେ।

ପଢନ୍ତୁ: ରାତିପାହିଲେ ବଡଦାଣ୍ଡକୁ ଆସିବେ ମହାବାହୁ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

Related posts

ସୁଷମାଙ୍କ ବିୟୋଗ ଶୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

ଓଡିଶାର ବିକାଶରେ ବାଧା ଆଣୁଛି ବିଜେଡ଼ି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ratnamani Moharana

ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା

ENO Beuro

Leave a Comment