News

ମୋବାଇଲ ଫୋନ୍ ଫାଟି ଯୁବତୀ ମୃତ ,ଚାର୍ଜରେ ବସାଇ କଥା ହେଉଥିବା ବେଳେ ବିସ୍ଫୋରଣ

ମୋବାଇଲ ଫୋନ ନେଲା ଜୀବନ

ମୋବାଇଲର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି। ତେବେ ଏହି ମୋବାଇଲରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀର ପ୍ରାଣ ଯାଇଛି। ଏହି ଘଟଣା ଘଟିଛି ଝାରସୁଗୁଡ଼ା ଲଇକେରାର ଖରିଆକାନି ଗାଁରେ। ସେ ମୋବାଇଲ ଚାର୍ଜରେ ବସାଇ କଥା ହେଉଥିଲେ। । ଏହି ସମୟରେ ମୋବାଇଲ ବିସ୍ଫୋରଣ ଘଟିଥିଲା। ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ଜଣେ ସମ୍ପର୍କୀୟଙ୍କ ସହ କଥା ହେଉଥିଲେ ଉମା, ଆଉ ସେହି ସମୟରେ ହୋଇଥିଲା ବିସ୍ଫୋରଣ । ଫଳରେ ଉମାଙ୍କର ଗୋଡ଼ ହାତ ପୋଡ଼ି ଯାଇଥିଲା । ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଉମାଙ୍କୁ ଡାକ୍ତର ବଞ୍ଚାଇପାରି ନଥିଲେ । ଡାକ୍ତରଙ୍କ ସବୁ ଉଦ୍ୟମ ବିଫଳ ହୋଇଥିଲା । ଉମାର ଭାଇ ଗୌତମ କହିଛନ୍ତି, ଅପରାହ୍ନରେ ଖାଇ ସାରି ଭଉଣୀ ଜଣେ ସମ୍ପର୍କୀୟଙ୍କ ସହିତ କଥା ହେଉଥିବା ବେଳେ ମୋବାଇଲଟି ବିସ୍ଫୋରଣ ଘଟିଥିଲା। ଉମାର ମୃତଦେହ ଆଜି ପୋଷ୍ଟମର୍ଟମ ହେବ।

ତେବେ ମନେରଖନ୍ତୁ ମୋବାଇଲ ବ୍ୟବହାର ସମୟରେ ଚାର୍ଜରେ ବସାଇ କଥା ହୁଅନ୍ତୁ ନାହିଁ। ଅଣଦେଖା କରିବା ଯୋଗୁଁ ଏପରି ଅନେକ ଦୁର୍ଘଟଣା ଘଟୁଛି ଓ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଲୋକେ।

ପଢନ୍ତୁ;

ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ!

Related posts

୨୦୫୦ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ: ଜାତିସଂଘ

Ratnamani Moharana

ରାଜଧାନୀରେ ସରକାରୀ କ୍ଵାଟର୍ସରେ ଚାଲିଥିଲା ବନ୍ଧୁକ କାରଖାନା

Ratnamani Moharana

ଓଡ଼ିଶାରେ ହୋଇପାରେ ଝଡ଼ବର୍ଷା

ENO Beuro

1 comment

Leave a Comment