• Home
  • News
  • ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ନରେନ୍ଦ୍ର ମୋଦି ଫୋନରେ କଲେ ମାଳଦ୍ୱୀପର ରାଜନୈତିକ ଉପରେ ଆଲୋଚନା
News

ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ନରେନ୍ଦ୍ର ମୋଦି ଫୋନରେ କଲେ ମାଳଦ୍ୱୀପର ରାଜନୈତିକ ଉପରେ ଆଲୋଚନା

ମାଳଦ୍ୱୀପ ପ୍ରସଙ୍ଗରେ ଫୋନରେ କଥାବାର୍ତ୍ତା ହେଲେ ମୋଦୀ ଏବଂ ଟ୍ରମ୍ପ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଆଜି ଫୋନରେ ମାଳଦ୍ୱୀପର ରାଜନୈତିକ ପରିସ୍ଥିତି ଉପରେ କଥାବାର୍ତ୍ତା ହେଇଛନ୍ତି। କାରଣ ଗତ ଗୁରୁବାରଠାରୁ ମାଳଦ୍ୱୀପରେ ରାଜନୈତିକ ସଂକଟ ଦେଖାଦେଇଛି । ସେଠାକାର ସର୍ବୋଚ୍ଚ ଅଦାଲତ ଜେଲରେ ବନ୍ଦୀଥିବା ୯ ବିରୋଧୀ ଦଳ ନେତାଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହାକୁ ଗ୍ରହଣ କରିନାହାନ୍ତି ୟେମେନ ସରକାର । ବରଂ ରାୟ ଦେଇଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଅବଦୁଲ୍ଲା ସଇଦ ଓ ଅନ୍ୟଜଣେ ବିଚାରପତିଙ୍କୁ ଗିରଫ କରିବା ସହ ଜରୁରୀ ପରିିସ୍ଥିତି ଜାରି କରାଯାଇଛି।

ମାଳଦ୍ୱୀପ ସଙ୍କଟ ଏବଂ ଗଣତାନ୍ତ୍ରିକ ସଂସ୍ଥାନ ଏବଂ ଆଇନ୍‌ର ନିୟମ ଆଦିର ଗୁରୁତ୍ୱ ସମ୍ପର୍କରେ ଉଭୟ ନେତା ଚିନ୍ତା ଉଦ୍ରେକ କରିଥିଲେ ଫୋନ୍‌କଲ୍‌ରେ। ଏଥିସହ ଆଫିଗାନିସ୍ତାନ ଓ ଭାରତ, ପ୍ରଶାନ୍ତ ମହାସାରୀୟ କ୍ଷେତ୍ରର ସ୍ଥିତି ନେଇ ଚର୍ଚ୍ଚା କରିଛନ୍ତି । ସେହିପରି ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶା ନେଇ ଦୁଇ ନେତା ବିଚାର ବିମର୍ଷ କରିଥିବା ହ୍ୱାଇଟ ହାଉସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ନେଇ ମଧ୍ୟ ଦୁଇ ନେତା ଚିନ୍ତାବ୍ୟକ୍ତ କରିଛନ୍ତି ।

ହ୍ଵାଇଟ୍‌ ହାଉସ୍‌ କହିଛି ଯେ ଇଣ୍ଡୋ-ପାସିଫିକ୍‌ ଅଞ୍ଚଳରେ ନିରାପତ୍ତା ଏବଂ ସମୃଦ୍ଧି ବଢ଼ାଇବା ପାଇଁ ଦୁଇ ନେତା ଏକତ୍ର କାର୍ଯ୍ୟ କରିବେ ବୋଲି ପଣ କରିଛନ୍ତି।ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଦକ୍ଷିଣ ଏସୀୟ ରଣନୀତିକୁ ଦୃଢ଼ କରି ଉଭୟ ନେତା ଆଫଗାନିସ୍ତାନର ନିରାପତ୍ତା ଏବଂ ସ୍ଥିରତା ପାଇଁ ବଦ୍ଧପରିକର ବୋଲି କହିଥିବା କଥା ହ୍ଵାଇଟ୍‌ ହାଉସ୍‌ କହିଛି।

ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ନରେନ୍ଦ୍ର ମୋଦି ଫୋନରେ କଲେ ମାଳଦ୍ୱୀପର ରାଜନୈତିକ ଉପରେ ଆଲୋଚନା trump modi

ପଢନ୍ତୁ;

ଜୀବନରେ ହସ ଖୁସିର ରଙ୍ଗମଂଚ ଚହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଆଧ୍ୟାତ୍ମିକ ତରିକା!

 

 

Related posts

ବିଜେବି କଲେଜ ରେ ବୋମାମାଡ, ନିର୍ବାଚନୀ ହିଂସା ର କାରଣ ବୋଲି ସୂଚନା

Krishna Kumar Manoj

ହୀରାକୁଦ ଜଳଭଣ୍ଡାରରେ ଅତିଥୀ ପକ୍ଷୀଙ୍କ ଆଗମନ, ମୁଖରିତ ହେଉଛି ହୀରାକୁଦର ଶାନ୍ତ ପରିବେଶ

Krishna Kumar Manoj

କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜରରେ ନିଆଁ !

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More