News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ

By Krishna Kumar Manoj

August 24, 2018

ବାଜପେୟୀ, ନେହରୁ ଓ ଇନ୍ଦିରାଙ୍କୁ ପଛରେ ପକାଇ ମୋଦି ହେଲେ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ। ଏକଥା କହିଛନ୍ତି ଦେଶର ସଂଖ୍ୟାଧିକ ମତଦାତା। ଜାତୀୟ ସ୍ତରର ସମ୍ବାଦ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ମୁଡ୍‌ ଅଫ୍‌ ଦ ନେସନ୍‌ (ଏମ୍‌ଓଟଟିଏନ୍‌) ଶୀର୍ଷକ ଆଧାରରେ ଗତ ଜୁଲାଇ ମାସରେ କରା ଯାଇଥିବା ଏକ ସର୍ଭେର ଫଳାଫଳରୁ ଏହି ତଥ୍ୟ ସାମନାକୁ ଆସିଛି।

ସର୍ଭେରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୬ ପ୍ରତିଶତ ନରେନ୍ଦ୍ର ମୋଦିଂକୁ ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦିଙ୍କ ପଛକୁ ଇନ୍ଦିରା ଗାନ୍ଧୀଂକୁ ୨୦ ପ୍ରତିଶତ ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ୧୨ ପ୍ରତିଶତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କହିଥିବା ବେଳେ ୧୦ ପ୍ରତିଶତ ଜବାହାରଲାଲ ନେହେରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି।

ଦେଶର ହିନ୍ଦୁ ଭୋଟରମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ ହେଉଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ପଛକୁ ରହିଛନ୍ତି ଇନ୍ଦିରା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀ। ଏହି ତାଲିକାର ସବାତଳକୁ ରହିଛନ୍ତି ଯଥାକ୍ରମେ ଏଚ୍‌ ଡି ଦେବେଗୌଡ଼ା, ବି ଭି ନରସିଂହା ରାଓ, ଚନ୍ଦ୍ରଶେଖର ଏବଂ ଭି ପି ସିଂହ।

୨୮ ପ୍ରତିଶତ ହିନ୍ଦୁ ଭୋଟର ନରେନ୍ଦ୍ର ମୋଦିଙ୍କୁ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହୁଥିବା ବେଳେ ୧୧ ପ୍ରତିଶତ ମୁସ୍‌ଲିମ୍‌ ଭୋଟର ନରେନ୍ଦ୍ର ମୋଦିଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି।

ପଢନ୍ତୁ;ଆଇସିସି ଟେଷ୍ଟ ମାନ୍ୟତା:ଶୀର୍ଷକୁ ଫେରିଲେ କୋହଲି