ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ। କରୋନା ମୁକାବିଲା କରିବାକୁ ଯାଇ ଏହି କର୍ଫ୍ୟୁ ବାବଦରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ କିଣି ଅଧିକ ମହଜୁଦ ନରଖିବାକୁ ସେ ଆହ୍ୱାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ଏ ସମସ୍ତ ସାମଗ୍ରୀ କିଣିବାକୁ କହିଛନ୍ତି। ରାତି ୯ଟାରେ କର୍ଫ୍ୟୁ ଶେଷ ହେଲା ବାଲକୋନୀ କିମ୍ୱା ଘର ଆଗରେ ୫ ମିନିଟ୍ ଛିଡ଼ା ହୋଇ ଘଣ୍ଟି, ତାଳି, ଥାଳି ଆଦି ବଜାଇ ଧନ୍ୟବାଦ ଦେବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନତା କର୍ଫ୍ୟୁ ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଦେଶକୁ କରୋନା ଭାଇରସ୍ ମହାମାରୀରୁ ରକ୍ଷା କରିବା ପାଇଁ ଆମକୁ ପଦକ୍ଷେପ ନେବାକୁ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଆମକୁ ଏକ ପ୍ରତିଶ୍ରୁତି ନେବାକୁ ପଡିବ ଯେ ଆମେ ନିଜକୁ ସଂକ୍ରମିତ ହେବାରୁ ରକ୍ଷା କରିବୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ ହେବାରୁ ରକ୍ଷା କରିବୁ। ଏହି ଗୋଟିଏ ମନ୍ତ୍ର ଦ୍ୱାରା ହିଁ ଆମେ ସୁସ୍ଥ ରହିବୁ ବୋଲି ସେ କହିଛନ୍ତି। ଆମେ ସୁସ୍ଥ ରହିଲେ ବିଶ୍ୱ ସୁସ୍ଥ ରହିବ ବୋଲି ସେ କହିଛନ୍ତି।