EnewsOdia.Com

ବିରୋଧୀଙ୍କୁ ୩୭୦ ଚ୍ୟାଲେଞ୍ଜ ଦେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିରୋଧୀ ଦଳଙ୍କୁ ଆହ୍ୱାନ ଦେଇଛନ୍ତି। ମହାରାଷ୍ଟ୍ର ଜଲଗାଓଁରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୋଦି ବିରୋଧୀ ଦଳମାନେ କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫-ଏକୁ ଏବେ ପ୍ରତ୍ୟାହାର କରିପାରିବେ କି ବୋଲି ପଚାରିଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀର ଖଣ୍ଡେ ସ୍ଥାନ ନୁହେଁ ଏହା ଭାରତର ମକୁଟ ସଦୃଶ। ଗତ ୪୦ ବର୍ଷ ଧରି ଯେଉଁ ସ୍ଥାନରେ ଅସ୍ଥିରତା ଜାରି ରହିଛି ସେଠାରେ ମାତ୍ର ୪ ମାସରେ ସ୍ଥିତି ସ୍ୱାଭାବିକ ହୋଇଯିବ। ମୋଦି ଅଭିଯୋଗ ଆଣିଛନ୍ତି, ବିରୋଧୀ ଦଳ ଧାରା ୩୭୦କୁ ନେଇ ରାଜନୀତି କରୁଛନ୍ତି। ସେମାନେ ପାକିସ୍ତାନର ଭାଷାରେ କଥା କହୁଥିବା ମୋଦି ଦୋହରାଇଛନ୍ତି।

ସେ ଏହି ଅବସରରେ ଭଗବାନ ବାଲ୍ମିକୀଙ୍କୁ ପ୍ରଣାମ ଜଣାଇବା ସହ କହିଥିଲେ ବିଜେପି ଯାହା କହିଛି ତାହା କରି ଦେଖାଇଛି। ଉଦାରଣ ଦେଇ ସେ କହିଥିଲେ, ବିରୋଧୀ ଟ୍ରିପଲ ତଲାକ୍‌କୁ ନେଇ ଏତେ ବିରୋଧ କଲେ। ସେମାନେ ପ୍ରକୃତରେ ଚାହୁଁଥିଲେ ମୁସଲିମ୍‌ ଭଉଣୀମାନେ ନ୍ୟାୟ ନ ପାଆନ୍ତୁ। କିନ୍ତୁ ମୁଁ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କଲି। କାହାର ନାମ ନନେଇ ସେ କହିଥିଲେ, କ୍ଲାନ୍ତ ମେଣ୍ଟ ସହଯୋଗୀମାନେ କେବଳ ପରସ୍ପରକୁ ସମର୍ଥନ କରିବେ କିନ୍ତୁ ପ୍ରତିଶ୍ରୁତି ପୂରଣ କରିପାରିବେନି।

ପଢନ୍ତୁ: ଜାପାନରେ ‘ହଗିବିସ୍’ର ତାଣ୍ଡବ

ସମ୍ବନ୍ଧିତ ଖବର

ମହାପ୍ରଭୁ ଶ୍ରୀଲଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କଲେ ଅମିତ ଶାହା

Ratnamani Maharana

ଆଜି ଗାଇସିଲଟରେ ଗଡିବ ନବୀନଙ୍କ ପ୍ରଚାର ଗାଡି, ମୈଦାନରେ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ratnamani Maharana

ଆଜିଠୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

Ratnamani Maharana

ସମ୍ବିଧାନକୁ ଜଣେ ବ୍ରାହ୍ମଣ ତିଆରି କରିଥିଲେ ବୋଲି କହିଲେ ଗୁଜୁରାଟ ବାଚସ୍ପତି

Ratnamani Maharana

‘କରୋନା’ ରାଜ୍ୟ ବିପର୍ଯ୍ୟୟ ଘୋଷଣା, ମୁକାବିଲା ପାଇଁ ୨୦୦କୋଟି

Ratnamani Maharana

ଜାପାନୀ କ୍ରୁଜ୍‌ ଜାହାଜରୁ ୧୧୯ଜଣ ଭାରତୀୟ ଓ ୫ଜଣ ବିଦେଶୀ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଏୟାର୍‌ ଇଣ୍ଡିଆ ବିମାନ

Ratnamani Maharana