News

ମୋଦିଙ୍କ ପାଇଁ ଶୁଭ ଶ୍ରାବଣର ତିନି ସୋମବାର

Modi 12

ଏବେ ଚାଲିଛି ଶ୍ରବଣ ମାସ। ଭକ୍ତ ମାନେ ପାଣି ନେଇ ଢାଳୁଛନ୍ତି ମହାଦେବଙ୍କ ମୁଣ୍ଡରେ। ତେବେ ଏହି ମାସଟି ବୋଧହୁଏ ମୋଦିଙ୍କ ପାଇଁ ଶୁଭ ଅଟେ। ମାସର ତିନୋଟି ସୋମବାରରେ ତିନୋଟି ବଡ ନିସ୍ପତି ନେଇ ସେ ଜନସାଧାରଣଙ୍କ ନିକଟତର ହେବାରେ ଲାଗିଛନ୍ତି। ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଥମ ସୋମବାର

୨୨ ଜୁଲାଇରେ ୨୦ ଘଣ୍ଟାର କାଉଣ୍ଟଡାଉନ ପରେ ଇସ୍ରୋ ଜିଏସଏଲଭି ଏମକେ-୩ ରକେଟ ମାଧ୍ୟମରେ ପ୍ରକ୍ଷେପଣ କରାଯାଇଥିଲା | ଏହି ସମୟରେ ମୋଦୀ ନିଜେ ପିଏମଓରୁ ଚନ୍ଦ୍ରାୟନ-୨ର ଲଂଚିଙ୍ଗକୁ ନିରୀକ୍ଷଣ କରୁଥିଲେ | ଏହାକୁ ନେଇ ମୋଦୀ କହିଥିଲେ ଯେ ଚନ୍ଦ୍ରାୟନ-୨ ଅଦ୍ଵିତୀୟ କାରଣ ଏହା ଚନ୍ଦ୍ର୍ର ଦକ୍ଷିଣ ଧ୍ରୁବ କ୍ଷେତ୍ର ବାବଦରେ ଅନୁସନ୍ଧାନ କରିବ | ପୂର୍ବରୁ କୌଣସି ମିଶନରେ ଏଭଳି ହୋଇନଥିବାର ମୋଦୀ କହିଥିଲେ | ସେହିପରି ଚନ୍ଦ୍ରାୟନ-୨ ଆମର ବୈଜ୍ଞାନିକ ଓ ୧୩୦ କୋଟି ଭାରତୀୟଙ୍କ ବିଜ୍ଞାନ ପ୍ରତି ଥିବା ସଂକଳ୍ପକୁ ଦର୍ଶାଉଛି |

Untitled 1

ଦ୍ଵିତୀୟ ସୋମବାର

ଗତ ୩୦ ତାରିଖରେ ମଧ୍ୟ ରାଜ୍ୟସଭାରେ ଟ୍ରିପଲ ତଲାକ ବିଲ ଗୃହୀତ ହୋଇଥିଲା | ଏହି ବିଲ ସପକ୍ଷରେ ୯୯ ଟି ଭୋଟ ଓ ବିରୋଧରେ ୮୪ ଟି ଭୋଟ ପଡିଥିଲା । ଭୋଟିଂ ବେଳେ ଏଆଇଡିଏମକେ,ଜେଡିୟୁ,ଟିଆରଏସ, ଓ ବିଏସପି କକ୍ଷତ୍ୟାଗ କରିଥିଲେ ।ଯାହାଫଳରେ ସହଜରେ ବିଲଟି ପାରିତ ହୋଇଯାଇଥିଲା | କିନ୍ତୁ ଏହି ବିଲକୁ ପାସ କରାଇବା ପାଇଁ ୨୯ ତାରିଖ(ସୋମବାର) ଦିନ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା |

Triple Talaq Bill Reintroduced In Rajya Sabha

ତୃତୀୟ ସୋମବାର

ଆଜି(ସୋମବାର) ସମ୍ବିଧାନର ୩୭୦ ଧାରା ଉଚ୍ଛେଦ  ଏବଂ ଜାମ୍ମୁ କାଶ୍ମୀରର ବିଭାଜନ  ପାଇଁ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂକଳ୍ପ ଆଗତ କରାଯାଇଛି | ପ୍ରସ୍ତାବ ଅନୁଯାୟୀ, ଜମ୍ମୁ-କଶ୍ମୀର ଆଉ ରାଜ୍ୟ ମାନ୍ୟତା ପାଇବ ନାହିଁ। ଅର୍ଥାତ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯିବ।

Capture 7 750x376

ପଢନ୍ତୁ: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ବିଜେଡିର ସମର୍ଥନ

Related posts

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ଶ୍ରେଣୀ ରେଜଲ୍ଟ !

ENO Beuro

ମହାକାଶରୁ ପୃଥିବୀର ଫଟୋ, ଚନ୍ଦ୍ରଯାନ-୨ରୁ ଏମିତି ଦିଶୁଛି ପୃଥିବୀ

Ratnamani Moharana

ଡିଆରଡିଓକୁ ବଡ଼ ସଫଳତା; ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେହିକଲ୍‌ର ସଫଳ ପରୀକ୍ଷଣ

Ratnamani Moharana

2 comments

Leave a Comment