News

ବାରାଣସୀରୁ ପାର୍ଥୀପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ବିଶାଳ ରାଲିରେ ସେବାରାଣାସୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଫିସରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପାର୍ଥୀପାତ୍ର ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ତଥା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ବାରଣାସୀରେ ମେ ୧୯ ତାରିଖରେ ସପ୍ତମ ପର୍ଯ୍ୟାୟରେ ମତଦାନ ହେବ। କଂଗ୍ରେସରୁ ଅଜୟ ରାୟ ଏବଂ ଏସପି-ବିଏସପି ମେଣ୍ଟରୁ ଶାଳିନୀ ଯାଦବ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି।

ଗତକାଲି ବାରାଣସୀରେ ବିରାଟ ରୋଡ୍ ଶୋ’  କରି ମୋଦି ଶକ୍ତି ପ୍ରଦର୍ଶନ କରିଥିଲେ। ବିଏଚ୍ୟୁରୁ ଦଶାଶ୍ୱମେଧ ଘାଟ ପର୍ଯ୍ୟନ୍ତ ଦୀର୍ଘ ୭ କିଲୋମିଟର ରାସ୍ତାରେ ମୋଦି ମେଗା ରାଲି କରିଥିଲେ। ଯେଉଁଥିରେ ଲକ୍ଷ ଲକ୍ଷ ସମର୍ଥକ ସାମିଲ ହୋଇଥିଲେ। ବାରଣାସୀରେ ଗଙ୍ଗା ଆଳତୀ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପଢନ୍ତୁ: କେନ୍ଦ୍ରପଡାରେ ଜୋରଦାର ପ୍ରଚାର ସହ ରୋଡ ସୋ କଲେ ବୈଜୟନ୍ତ ପଣ୍ଡା

Related posts

କନ୍ଧମାଳର ଯାଆଁଳା ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଆରମ୍ଭ, ୪୦ ଜଣିଆ ଡାକ୍ତରୀ ଟିମ୍ ସାମିଲ

ENO Beuro

ମାଲକାନଗିରିର ମାଓ ପ୍ରବଣ ବିଚ୍ଛିନ୍ନାଂଚଳକୁ ବ୍ୟାଙ୍କି, ଇଂଟରନେଟ୍ ଓ ମୋବାଇଲ ସେବା

ENO Beuro

ବିବାଦୀୟ କୋଟିଆବାସୀ ଦୁଇଟି ରାଜ୍ୟ ପାଇଁ ଦେଲେ ଭୋଟ

Ratnamani Moharana

Leave a Comment