POLITICALS

ଇମରାନଙ୍କ ମୋଦିଙ୍କ ସପକ୍ଷରେ ବୟାନ ମୋଦିଙ୍କ ପାଇଁ ବଢାଇଲା ସମସ୍ୟା

ନିକଟରେ ପାକ ପ୍ରଧାନମନ୍ତ୍ରୀ ଇମରାନ ଖାନ  ଏକ ସ୍ଵତନ୍ତ୍ର ସାକ୍ଷାତ୍କାରରେ ଭାରତର ସାଧାରଣ ନିର୍ବାଚନ ପ୍ରସଙ୍ଗ ଉଠାଇଥିଲେ। ସାଧାରଣ ନିର୍ବାଚନରେ ମୋଦି ବିଜୟୀ ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆଗକୁ ବଢିବ ବୋଲି କହିଥିଲେ ଇମରାନ ଖାନ। ତାଙ୍କର ଏହି ମୋଦିଙ୍କ ସପକ୍ଷରେ  ଥିବା ବୟାନ ପରେ ପାକିସ୍ତାନର ବିରୋଧୀ  ଦଳ ନେତାମାନେ ତାଙ୍କୁ ଭାଷଣରେ ସମାଲୋଚନା କରିଥିଲେ। ଏପଟେ ମୋଦିଙ୍କୁ ବିରୋଧୀ ଦଳଗୁଡିକ ଜୋରଦାର ଟାର୍ଗେଟ କରୁଛନ୍ତି।

ସମାଜବାଦୀ ପାର୍ଟି  ଟିକକେଟରୁ ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନରୁ ଲଢୁଥିବା ଆଜମ ଖାନ  ଆଜି ଏକ ନିର୍ବାଚନୀ ପ୍ରଚାରରେ ସିଧା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସାଧାରଣ ନିର୍ବାଚନରେ ମୋଦୀ ଜିତନ୍ତୁ ବୋଲି ପାକ ପ୍ରଧାନମନ୍ତ୍ରୀ ଇରାନ ଖାନ ଚାହୁଞ୍ଚନ୍ତି। ଏହି ବୟନରୁ ମୋଦି ଇମରାନଙ୍କ ବନ୍ଧୁ  ବୋଲି ସ୍ପଷ୍ଟ ଜଣାପଡୁଛି। ଆଜମ ଖାନ ଏହା ମଧ୍ୟ କହିଛନ୍ତି କି ପକର ପୂର୍ବତନ ପ୍ରଧାନମନ୍ତ୍ରୀ ନଵାଜ ସରିଫ  ମଧ୍ୟ ମୋଦିଙ୍କର ବନ୍ଧୁ ଥିଲେ। ତେଣୁ  ପାକିସ୍ତାନର ଏଜେଣ୍ଡ କିଏ?? ବୋଲି ସେ ପ୍ରଶ୍ନ କରିଛନ୍ତି। ଉତ୍ତରରେ ମୋଦି ମୋଦି  ବୋଲି ଲୋକ କହିଥିଲେ।

ପଢନ୍ତୁ: ମତଦାନ ପରେ ହାତ କାଳି ଛଡାଇବା ପାଇଁ ଗୁଗୁଲ ସର୍ଚ୍ଚ କରୁଛନ୍ତି ଲୋକ

Related posts

ଜନତାଙ୍କୁ ରାହୁଲଙ୍କ ପ୍ରତିଶ୍ରୁତି: ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନାରେ ପ୍ରତି ବର୍ଷରେ ପାଇବେ ୭୨ ହଜାର

Ratnamani Moharana

ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

ENO Beuro

୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

Ratnamani Moharana

2 comments

Leave a Comment