Celebs News

ଲତା ମଙ୍ଗେସକରଙ୍କୁ ୯୦ ତମ ଜନ୍ମ ଦିବସରେ ଉପହାର ଦେବେ ମୋଦି

Untitled 1

କୋକିଳ କଣ୍ଠି ଲତା ମଙ୍ଗେସକରଙ୍କୁ ତାଙ୍କ ୯୦ ତମ ଜନ୍ମ ଦିବସରେ ଭାରତ ସରକାର ଏକ ବିଶେଷ ସମ୍ମାନରେ ସମ୍ମାନିତ କରିବେ। ଆସନ୍ତା ୨୮ ତାରିଖ ଲତାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ‘ଡଟର ଅଫ୍‍ ଦି ନେଶନ୍‍’ ସମ୍ମାନରେ ସମ୍ମାନିତ କରିବେ ବୋଲି ସୂଚନା ମିଳିଛି। ସାତ ଦଶକ ଧରି ଭାରତୀୟ ସଙ୍ଗୀତ କ୍ଷେତ୍ରରେ ଲତାଙ୍କର ବଳିଷ୍ଠ ଯୋଗଦାନ ପାଇଁ ଭାରତ ସରକାର ତାଙ୍କୁ ଏହି ବିଶେଷ ସମ୍ମାନ ପ୍ରଦାନ କରିପାରନ୍ତି।

ସୂଚନା ଅନୁସାରେ, ଗୀତିକାର ପ୍ରସୁନ ଜୋଶୀ ଏହି ଖାସ୍‍ ଅବସର ପାଇଁ ଏକ ଗୀତ ମଧ୍ୟ ଲେଖିଛନ୍ତି। ସରକାରଙ୍କ ନିକଟତମ ସୂତ୍ରରୁ ପ୍ରକାଶ ଯେ, ‘ମୋଦୀ ହେଉଛନ୍ତି ଲତା ମଙ୍ଗେସକରଙ୍କ କଣ୍ଠର ପ୍ରଶଂସକ। ଲତା ଦେଶର ସ୍ୱରର ପ୍ରତିନିଧିତ୍ୱ କରନ୍ତି। ତାଙ୍କୁ ସମ୍ମାନିତ କରିବା ଦେଶର ଝିଅକୁ ସମ୍ମାନିତ କରିବା ସହ ସମାନ। ତେଣୁ ଲତାଙ୍କୁ ବିଧିବଦ୍ଧ ଭାବେ ଦେଶର ପୁତ୍ରୀ ଟାଇଟଲରେ ସମ୍ମାନିତ କରାଯିବ’।

ପଢନ୍ତୁ:  ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବାକୁ ନେଇ ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କୁ ଦାୟୀ କଲେ ଲୋକେ 

Related posts

Ajay Padhi – Successful Ollywood Director Biography & Career Journey

ENO Beuro

ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର “ପ୍ରେମ ନା ଆଉ କିଛି” ରେ ଗୀତ ଗାଇଲେ ସତ୍ୟଜିତ ଜେନା

ENO Beuro

Abhijit Mishra – Without Music, Life Would Be A Mistake

Jitendra

Leave a Comment