News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ: କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା

Side

ବିଶ୍ଵର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିର ଆଖ୍ୟା ପାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଆସିଛି ହତ୍ୟା ଧମକ। ୫୦୦ ଟଙ୍କିଆ ନୋଟରେ ମୋଦୀଙ୍କୁ ହତ୍ୟା ନେଇ ଧମକ ଦିଆଯାଇଛି। ନୋଟରେ ମାଲାୟଲାମ ଭାଷାରେ କିଛି ଲେଖାହୋଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ସୁରକ୍ଷା ଏଜେନ୍‌ସି ଗୁଡ଼ିକ ଆକ୍ସନରେ ଆସିଯାଇଛନ୍ତି।କିଏ ଚିଠି ପଠାଇଛି ତାହାର ଛାନଭିନ୍‌ ଆରମ୍ଭ ହୋଇଯାଇଛି। କେଉଁ ଉଦ୍ଦେଶ୍ୟ ତଥା କେଉଁଠାରୁ ଚିଠି ଆସିଛି ଖୋଳତାଡ଼ ଚାଲିଛି।

 

ମୋଦି ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ ପୂର୍ବରୁ କେରଳର ତ୍ରିଶୁରର ଗୁରୁବାୟୁର ମନ୍ଦିରକୁ ଦର୍ଶନରେ ଯାଇଥିଲେ।  ରିପୋର୍ଟ ଅନୁସାରେ  ଗୁରୁବାୟୁର ମନ୍ଦିରର କାର୍ଯ୍ୟାଳୟକୁ ଏକ ସନ୍ଦିଗ୍ଧ ଚିଠି ଆସିଥିଲା। ଲଫାପା ଭିତରେ ଥିଲା ଗୋଟିଏ ୫୦୦ ଟଙ୍କିଆ ନୋଟ୍‌। ନୋଟରେ ମାଲାୟଲାମ ଭାଷାରେ ମୋଦିଙ୍କୁ ଜୀବନରେ ମାରିଦିଆଯିବ ବୋଲି ସନ୍ଦେଶ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଗଳାକାଟି ହତ୍ୟା କରାଯିବା ବୋଲି ସ୍ପଷ୍ଟ ଭାବରେ ନୋଟରେ ଲେଖାହୋଇଛି। ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଉକ୍ତ ମନ୍ଦିର ଦର୍ଶନରେ ଯାଇଥିଲେ ମୋଦି ।

ପଢନ୍ତୁ: ସହିଦଙ୍କ ମରଶରୀରରେ ବିଜେଡି ପତାକା ଢଙ୍କାଯିବା ଘଟଣାରେ ନୂଆ ମୋଡ

 

Related posts

ଜଷ୍ଟିସ ପିନାକି ଚନ୍ଦ୍ର ଘୋଷ ହେବେ ଦେଶର ପ୍ରଥମ ଲୋକପାଳ

ENO Beuro

ଲଗାଣ ବର୍ଷା ଯୋଗୁଁ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

Ratnamani Moharana

ଭାରତର ପ୍ରଶଂସା କଲେ ଟ୍ରମ୍ପ,କହିଲେ ମୋଦୀ ମୋର ଉତ୍ତମ ବନ୍ଧୁ

ENO Beuro

Leave a Comment