News

ମୋଦିଙ୍କ ଦ୍ଵିତୀୟ ଇନିଙ୍ଗ୍ସ ଆରମ୍ଭ: ମୋଦିଙ୍କ ସମେତ ଶପଥ ନେଲେ ୫୭ ମନ୍ତ୍ରୀ

Mm

ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ମୋଦି ସରକାର-୨। ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ  ହିଁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦିଙ୍କ ସମେତ ଅନ୍ୟ ୫୭ ଜଣ ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି । ଦ୍ୱିତୀୟ କ୍ୟବିନେଟ୍‌ରେ ମୋଦି ମନ୍ତ୍ରୀଙ୍କ ସଂଖ୍ୟା ୭୬ରୁ କମାଇ ୫୮କରିଦେଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପ୍ରଥମେ ମୋଦି, ରାଜନାଥଙ୍କ ପରେ ଅମିତ ଶାହ  ଶପଥ ଗ୍ରହଣ କରିଥିଲେ ।

 

ବରିଷ୍ଠ ବିଜେପି ନେତା ରାଜନାଥ ସିଂହ, ବିଜେପି ସଭାପତି ଅମିତ ଶାହ, ନୀତିନ ଗଡ଼କରୀ, ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରକାଶ ଜାଭଡେକର, ଗତ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣ, ଏନ୍‌ଡିଏର ସହଯୋଗୀ ଦଳ ଏଲ୍‌ଜେପି ସୁପ୍ରିମୋ ରାମବିଳାସ ପାଶ୍ବାନ, ନରେନ୍ଦ୍ର ସିଂହ ତୋମର, ପାଟନା ସାହିବରୁ ବିଜୟୀ ହୋଇଥିବା ରବିଶଙ୍କର ପ୍ରସାଦଙ୍କ ସମେତ ୨୪ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବାଲେଶ୍ବର ଆସନରୁ ବିଜୟୀ ହୋଇଥିବା ପ୍ରତାପ ଷଡ଼ଙ୍ଗୀ  ଆଜି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ପଢନ୍ତୁ: କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର: ଜୁନ୍ ୧ରେ ପହଞ୍ଚିବ ଓଡିଶା

Related posts

ଲୋକଲଜ୍ୟା ସହି ନ ପାରି ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡ଼ିତା

ENO Beuro

ସୁପ୍ରିମକୋର୍ଟ : କଟକ ଧର୍ମାନୁଷ୍ଠାନ ସମ୍ପର୍କିତ ଉଚ୍ଛେଦ ମାମଲାର ଆଜି ଶୁଣାଣି

ENO Beuro

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା, ଯୁକ୍ତ ୨ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ

ENO Beuro

Leave a Comment