୨୦ଟି ନୂଆ ଏମ୍ସ ପ୍ରତିଷ୍ଠା ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶବାସୀଙ୍କ ପାଇଁ ଉପହାରର ବର୍ଷା କଲେ ମୋଦି ସରକାର

ମୋଦି ସରକାର ୪ ବର୍ଷର କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ଦେଶବାସୀଙ୍କ ପାଇଁ ଉପହାରର ବର୍ଷା କରିଛନ୍ତି । ୪ ବର୍ଷ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ଅନେକ ଯୋଜନା ଘୋଷଣା କରିଛନ୍ତି । ଏନେଇ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଘୋଷଣା କରାଯାଇଛି ।

ଖାସକରି ସ୍ୱାସ୍ଥ୍ୟ ଓ କୃଷକଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । କ୍ୟାବିନେଟ ବୈଠକରେ କୃଷକଙ୍କ ଆୟ ୨୦୨୨ ସୁଦ୍ଧା ଦୁଇଗୁଣ କରିବା ଓ ଦେଶରେ ୨୦ଟି ନୂଆ ଏମ୍ସ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି ।

କ୍ୟାବିନେଟ୍‌ ବୈଠକରେ ବୁଧବାର ଚାଷୀଙ୍କୁ ସାଢ଼େ ୪ କୁଇଣ୍ଟାଲ ବୋନସ ଦେବା, ଦେଶବ୍ୟାପୀ ୨୦ଟି ନୂଆ ଏମସ୍‌ର ପ୍ରତିଷ୍ଠା କରିବା, ୭୩ଟି ମେଡିକାଲ କଲେଜକୁ ଅପ୍‌ଡେଟ୍‌ କରିବା, ଲକ୍ଷ୍ନୌ ସହିତ ୩ଟି ବିମାନ ବନ୍ଦର ସମ୍ପ୍ରସାରଣ କରିବା ଓ ଚାଷୀଙ୍କ ଆୟ ୨ଗୁଣ କରିବା ପାଇଁ କୃଷି କ୍ଷେତ୍ର ସହିତ ଜଡ଼ିତ ୧୧ ଯୋଜନାକୁ ସବୁଜ ବିପ୍ଲବ କୃଷିକ୍ରାନ୍ତି ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି ।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, କୃଷି ବିଭାଗର ୧୧ଟି ଯୋଜନାକୁ ଏକାଠି କରି ହରିିତ କ୍ରାନ୍ତି କୃଷି ଉନ୍ନତି ଯୋଜନା ଘୋଷଣା କରାଯିବ । ଏହି ଯୋଜନାରେ ବଜେଟରେ ମଧ୍ୟ ବୃଦ୍ଧି କରାଯିବ । ଏହି ଯୋଜନାରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ମୋଟ ୩୩,୨୭୩ କୋଟି ଟଙ୍କାର ବଜେଟ ରଖାଯାଇଛି । ଏହାବ୍ୟତୀତ ନବନିର୍ମାଣ ଯୋଜନାରେ ୩ଟି ଏୟାରପୋର୍ଟକୁ ଅପଗ୍ରେଡ଼ କରିବାକୁ ମଞ୍ଜୁରୀ ଦେଇଛନ୍ତି ମୋଦି ସରକାର । ଚେନ୍ନାଇ, ଲକ୍ଷେ୍ନା, ଗୌହାଟୀ ବିମାନବନ୍ଦରର ସମ୍ପ୍ରସାରଣ କରାଯିବ । ଏଥିପାଇଁ ମୋଟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ପଢନ୍ତୁ ;

ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟାକାଣ୍ଡ : ଛୋଟା ରାଜନଙ୍କୁ ଆଜୀବନ କାରାଦଣ୍ଡ

କ୍ୟାବିନେଟ ବୈଠକରେ କୃଷକଙ୍କ ଆୟ ୨୦୨୨ ସୁଦ୍ଧା ଦୁଇଗୁଣ କରିବା ଓ ଦେଶରେ ୨୦ଟି ନୂଆ ଏମ୍ସ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି - 92%

92%

ଏଥିପାଇଁ ମୋଟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ - 88%

88%
90%

Very Good!

୨୦ଟି ନୂଆ ଏମ୍ସ ପ୍ରତିଷ୍ଠା ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୋଦି ସରକାର ୪ ବର୍ଷର କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ଦେଶବାସୀଙ୍କ ପାଇଁ ଉପହାରର ବର୍ଷା କରିଛନ୍ତି । ୪ ବର୍ଷ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ଅନେକ ଯୋଜନା ଘୋଷଣା କରିଛନ୍ତି । ଏନେଇ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଘୋଷଣା କରାଯାଇଛି ।

No Votes Yet

You're not rated yet