POLITICALS

ଦୁର୍ନୀତି ଅଭିଯୋଗରେ ୧୨ ଅଧିକାରୀଙ୍କୁ ତଡିଦେଲେ ମୋଦି

Cercle

ଦୁର୍ନୀତି ଉପରେ ମୋଦି ସରକାରଙ୍କ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ । ନା ଖାଉଙ୍ଗା ନା ଖାନେଦୁଙ୍ଗା ପ୍ରତିଶ୍ରୁତିକୁ ପୁରା କଲେ ମୋଦି ସରକାର । ଭ୍ରଷ୍ଟାଚାର ପାଇଁ ଆୟକର ବିଭାଗର ୧୨ ବରିଷ୍ଠ ଅଧିକାରୀଙ୍କର କରିଦେଇଛନ୍ତି ଛୁଟି । ସମୟ ପୂର୍ବରୁ ଏହି ଅଫିସରଙ୍କୁ ଅବସର ଦିଆଯାଇଛି । ଏହି ୧୨ ଅଫିସରଙ୍କ ନାଁ ହେଉଛି ଅଶୋକ ଅଗ୍ରଓ୍ଵାଲ, ଏସକେ ଶ୍ରୀବାସ୍ତବ, ହୋମୀ ରାଜବଂଶ, ବିବି ରାଜେନ୍ଦ୍ର ପ୍ରସାଦ, ଅଜୟ କୁମାର ସିଂହ, ବି ଅରୁଲପ୍ପା, ଆଲୋକ କୁମାର ମିଶ୍ରା, ଚାନ୍ଦର ସେନ୍‌ ଭାରତୀ, ଅଣ୍ଡାୟୁ ରବିନ୍ଦ୍ର, ବିବେକ ମିଶ୍ରା, ଖେତାଭ ସୁମନ ଏବଂ ରାମ କୁମାର ଭାର୍ଗବ ।

ଏହି ଅଫିସରଙ୍କ ମଧ୍ୟରେ ଚିଫ୍‌ କମିଶନର, ପ୍ରିନ୍ସିପାଲ୍‌ କମିଶନର ଏବଂ କମିଶନର ପାହ୍ୟାର ଅଧିକାରୀ ଅଛନ୍ତି । ଏମାନଙ୍କ ବିରୋଧରେ ଭ୍ରଷ୍ଟାଚାର, ଅବୈଧ ସମ୍ପତ୍ତି, ବେଆଇନ୍‌ ଭାବେ ଅର୍ଥ ଉପାର୍ଜନ ଏବଂ ମହିଳା ଅଫିସରଙ୍କୁ ଯୌନ ଶୋଷଣ କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ଏହି ଅଫିସରଙ୍କ ମଧ୍ୟରୁ ଜଣେ ଆଇଆରଏସ  ଅଫିସରଙ୍କ ବିରୋଧରେ ନିଜ ପରିବାରର ସଦସ୍ୟଙ୍କ ନାମରେ ବେଆଇନ ଭାବେ ୩.୧୭ କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସଂପତ୍ତି ଅର୍ଜନ କରିଥିବାର ଆରୋପ ଲାଗିଥିଲା।

ପଢନ୍ତୁ: ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍, ଅମିତାଭଙ୍କ ସ୍ଥାନରେ ଇମ୍ରାନ ଖାନ୍‌ଙ୍କ ଫଟୋ !

Related posts

ଆବଶ୍ୟକ ହେଲେ ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ :ନବୀନଙ୍କ ଚେତାବନୀ

ENO Beuro

କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ କାମତଙ୍କ ପରଲୋକ

ENO Beuro

ଓଡିଶା ଗସ୍ତରେ ବିଜେପିର ବରିଷ୍ଠ ନେତା ରଜନାଥ ସିଂହ

Ratnamani Moharana

Leave a Comment