EnewsOdia.Com

ମୋଦି ସରକାରଙ୍କ ଫୋକସ୍‌ରେ CCC

ଦ୍ୱିତୀୟ ପାଳିର 200 ଦିନ ନ ପୁରୁଣୁ ଦୁଇଟି ବଡ଼ ବଡ଼ ନିଷ୍ପତ୍ତି ନେଇ ସାରିଛନ୍ତି ମୋଦି ସରକାର । ଯେଉଁ ନିଷ୍ପତ୍ତି ନେବାକୁ ଅନ୍ୟ ସରକାରମାନେ ଚିନ୍ତା ବି କରୁନଥିଲେ ତାହା କରିଦେଖାଇଛନ୍ତି ମୋଦି ସରକାର । ପ୍ରଥମେ ଧାରା 370, ତ୍ରିପଲ ତଲାକ,ରାମ ମନ୍ଦିର ଓ ବାବ୍ରି ମସ୍‌ଜିଦ୍‌ ବିବାଦ,ତାପରେ ସିଏବି । ଆଉ ଏବେ ଫୋକସ୍‌ରେ ସିସିସି ।ଏଭଳି ବଡ଼ ବଡ଼ ନିଷ୍ପତ୍ତିରେ ମୋଦି ସରକାରଙ୍କୁ ସଫଳତା ମିଳିବା ପରେ ଏବେ ଫୋକସ୍‌ରେ ଜନସଂଖ୍ୟା ନିୟନ୍ତ୍ରଣ କାନୁନ୍‌ ଓ ସମାନ ନାଗରିକ ସଂହିତା (କମନ୍‌ ସିଭିଲ୍‌ କୋଡ୍‌ ବା ସିସିସି) ।

ବିଶେଷ ସୂତ୍ରରୁ ଏହା ଜଣାପଡ଼ିଛି ଯେ, ମୋଦି ସରକାରଙ୍କ ପରବର୍ତ୍ତି ପଦକ୍ଷେପ ଏହି ଦୁଇଟି ନିଷ୍ପତ୍ତି ହୋଇପାରେ । ଏହି ନିଷ୍ପତ୍ତିକୁ ସାରା ଦେଶବାସୀ ସମର୍ଥନ କରିବେ ବୋଲି ମଧ୍ୟ ବିଜେପି ଶିବିରରେ ଆଲୋଚନା ହେଉଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ କିଛି ବରିଷ୍ଠ ବିଜେପି ନେତାଙ୍କ ସହ ଚାଲିଥିବା ଏକ ଅନୌପଚାରିକ ବୈଠକରେ ଏଭଳି ଆଲୋଚନା ହେଉଥିବା ସୂଚନା ମିଳିଛି । ଏହା ଦୁଇଟି ବିଲ୍‌ ଦ୍ୱାରା ମୋଦି ସରକାରଙ୍କ ସମର୍ଥକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି ।

ପଢନ୍ତୁ: ନୂଆବର୍ଷରୁ ବନ୍ଦ ହେବ କି ୨୦୦୦ ଟଙ୍କିଆ ନୋଟ୍ ?

ସମ୍ବନ୍ଧିତ ଖବର

ଜଷ୍ଟିସ ଏସ୍‌.ଏ. ବବ୍‌ଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

Ratnamani Maharana

୧୦ମାସ ପର୍ଯ୍ୟନ୍ତ ଦରମା ନ ମିଳିବାରୁ ଅଫିସରେ ଜୀବନ ହାରିଲେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ

Ratnamani Maharana

ପୁଣି ଆସୁଛି ବର୍ଷା: ୫ରେ ବଙ୍ଗୋପସାଗରରେ ଅବପାତ ସମ୍ଭାବନା

Ratnamani Maharana

ଆପତ୍ତିଜନକ ବିଜ୍ଞାପନ ଉପରେ ଲାଗିବ ରୋକ

Ratnamani Maharana

ଫାଶୀରୁ ବର୍ତ୍ତିବାକୁ ପୁଣି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ପବନ

Ratnamani Maharana

ଆଜିଠୁ ବଢ଼ିବ ଖରା

Ratnamani Maharana