News

ହଜ୍‌ ଯାତ୍ରୀଙ୍କୁ ଆଉ ସରକାରୀ ରିହାତି ମିଳିବ ନାହିଁ : କେନ୍ଦ୍ର ସରକାର

 କେନ୍ଦ୍ର ସରକାର ମୁସଲମାନଙ୍କ ହଜ ଯାତ୍ରା ପାଇଁ ଦିଆଯାଉଥିବା ସବସିଡିକୁ ସଂପୂର୍ଣ୍ଣ ଭାବେ ସମାପ୍ତ କରିଛନ୍ତି।  ୨୦୧୨ରେ ହଜ ସବସିଡି ସମାପ୍ତ  କରିବାକୁ ସୁପ୍ରିମକୋର୍ଟ ୧୦ ବର୍ଷର ସମୟ ଦେଇଥିଲେ। ଗତ ପାଞ୍ଚ ବର୍ଷରେ ଏହି ହଜ ସବସିଡି ୨୫ ପ୍ରତିଶତ ହ୍ରାସ ପାଇଥିଲା ଏବଂ ୨୦୨୨ରେ ସଂପୂର୍ଣ୍ଣ ଭାବେ ସମାପ୍ତ ହେବାର ଥିଲା। ମାତ୍ର ମୋଦୀ ସରକାର ବଡ଼ ପଦକ୍ଷେପ ଉଠାଇ ଗୋଟିଏ ଝଟକାରେ ହଜ ସବସିଡିକୁ ସମାପ୍ତ କରିଛନ୍ତି।

ବ୍ୟାପାର ମନ୍ତ୍ରୀ ମୁଖତାର ଅବାସ ନକଭୀ କହିଛନ୍ତି ଯେ ,ରିହାତି ବାବଦ ଅର୍ଥକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ନିର୍ଦ୍ଦିଷ୍ଟ ଭାବେ ଝିଅ ଓ ମହିଳାମାନଙ୍କ ଶିକ୍ଷାଗତ ସଶକ୍ତୀକରଣ ଏବଂ ଜନମଙ୍ଗଳ ଲାଗି ଖର୍ଚ୍ଚ କରାଯିବ। ଏହାଦ୍ୱାରା କୌଣସି ତୁଷ୍ଟୀକରଣ ବିନା ଆତ୍ମମର୍ଯ୍ୟାଦାର ସହ ସଂଖ୍ୟାଲଘୁମାନଙ୍କର ସଶକ୍ତୀକରଣ ହୋଇପାରିବ। ଚଳିତବର୍ଷ ଲକ୍ଷେ ୭୫ ହଜାର ମୁସଲିମ ତୀର୍ଥଯାତ୍ରୀ ହଜ୍‌ ଯାତ୍ରାରେ ବାହାରିଛନ୍ତି। ବିଗତ ବର୍ଷଗୁଡ଼ିକ ତୁଳନାରେ ଏହିସଂଖ୍ୟା ସର୍ବାଧିକ ରହିଛି। ତେବେ ସରକାରୀ ରିହାତି ନମିଳିବା ଦ୍ୱାରା ହଜ୍‌ ଯାତ୍ରା ଖର୍ଚ୍ଚ ଆଦୌ ପ୍ରଭାବିତ ହେବନି ବୋଲି ନକ୍‌ଭୀ କହିଛନ୍ତି। ଏହି ରିହାତି କେବଳ ଏୟାର ଇଣ୍ଡିଆରେ ଯାଉଥିବା ହଜଯାତ୍ରୀଙ୍କୁ ମିଳୁଥିଲା।

ଉଲ୍ଲେଖଯୋଗ୍ୟ ୨୦୦୬ରେ  ବିଦେଶ ମନ୍ତ୍ରଣାଳୟ ଏବଂ ପରିବହନ ଓ ପର୍ୟ୍ୟଟନ ଉପରେ ଗଠନ  ହୋଇଥିବା ସଂସଦୀୟ ସମିତି ହଜ୍ ସବସିଡିକୁ ସମୟ ସୀମା ଭିତରେ ଶେଷ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ମଧ୍ୟ ସରକାର  ହଜ ସବସିଡିକୁ ବନ୍ଦ କରିନଥିଲେ। ଏହା ପରେ ସୁପ୍ରିମକୋର୍ଟ ସରକାର ଦ୍ଵାରା ହଜ ଯାତ୍ରା ପାଇଁ ଦିଆଯାଉଥିବା ସବସିଡିର ସମାଲୋଚନା କରିଥିଲେ ଏବଂ ଏହାକୁ ବନ୍ଦ କରିବାକୁ କହିଥିଲେ।

୨୦୧୨ରେ କୋର୍ଟ ୧୦ ବର୍ଷର ସମୟ ସୀମା ମଧ୍ୟରେ ଏହାକୁ ଧିରେ ଧିରେ ଶେଷ କରିବାକୁ ଆଦେଶ ଦେଇଥିଲେ। ଏହା ପରେ ସରକାରଙ୍କ ପକ୍ଷରୁ ମିଳୁଥିବା ହଜ ସବସିଡି ହ୍ରାସ ପାଇ ଚାଲିଥିଲା। ଅଳ୍ପସଂଖ୍ୟକ କଲ୍ୟାଣ ମନ୍ତ୍ରଣାଳୟ ଅନୁସାରେ ୨୦୧୨ରେ ୮୩୬.୫୫ କୋଟି ଟଙ୍କା ହଜ ସବସିଡି ରୂପେ ଦିଆଯାଇଥିଲା।  ଏହା ପରଠୁ ଲଗାତାର ସବସିଡିର ବୋଝ ସରକାରଙ୍କ ମୁଣ୍ଡରୁ କମ ହୋଇ ଚାଲିଥିଲା।

ଏହାର ଆଗାମୀ ବର୍ଷ ୨୦୧୩ରେ ସରକାର ଏଥିରେ ୧୫୦ କୋଟି ଟଙ୍କା ହ୍ରାସ କରିଥିଲେ।  ଏହିପରି ୨୦୧୪ରେ  ଏହି ରାଶିରୁ ୧୦୦ କୋଟି ଟଙ୍କା  ହ୍ରାସ କରାଯାଇଥିଲା ଏବଂ ସବସିଡି ୫୭୭.୦୭ କୋଟିରେ ରହି ଯାଇଥିଲା।  ୨୦୧୫ରେ ହଜ ସବସିଡିରେ ୫୦ କୋଟି ଟଙ୍କା ହ୍ରାସ  ପାଇଥିଲା। ଏବେ ଏହି ରାଶି ହ୍ରାସ ପାଇଁ ୫୨୯.୫୧ରେ ପହଞ୍ଚିଥିଲା।  ୨୦୧୬ରେ ସରକାର ହଜ ସବସିଡି ଭାବେ ୪୦୫ କୋଟି ଟଙ୍କା ଆବଣ୍ଟନ କରିଥିଲେ। ଅର୍ଥାତ ସବସିଡିର ପରିମାଣ ୮୩୬ରୁ ହ୍ରାସ ପାଇ ପ୍ରାୟ ଅଧାରେ ପହଞ୍ଚିଥିଲା।

ପିଟିଆ ଖବର ମୁତାକବ ୨୦୧୭ରେ ମାତ୍ର ୨୫୦ କୋଟି ଟଙ୍କା ହଜ ସବସିଡି ରୂପେ  ଦିଆଯାଇଥିଲା। ଆଉ ଏବେ ୨୦୧୮ରେ ମୋଦୀ ସରକାର ଐତିହାସିକ ପଦକ୍ଷେପ ଉଠାଇ ହଜ ସବସିଡିକୁ ସଂପୂର୍ଣ୍ଣ ଭାବେ ସମାପ୍ତ କରିଛନ୍ତି।

ପଢନ୍ତୁ ;

ନିଜର ଶ୍ୟାମଳ ରଙ୍ଗକୁ ନେଇ ଚିନ୍ତିତ ଅଛନ୍ତି କି ? ଆସନ୍ତୁ ଜାଣିବା ଶ୍ୟାମଳ ରଙ୍ଗକୁ ଦୂର କରିବାର ଘରୋଇ ଉପଚାର

Related posts

ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ କମ୍ପାନୀଗୁଡ଼ିକ ବେଶ ଆଗ୍ରହୀ

ENO Beuro

ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ENO Beuro

ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରିପାରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More