POLITICALS

ବିଶ୍‌କେକ୍‌ ସମ୍ମିଳନୀରେ ଇମ୍ରାନଙ୍କୁ ଭେଟିବେନି ମୋଦି

M

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ  ଭାରତ ସହ ସମ୍ପର୍କ ଯୋଡ଼ିବାକୁ ନେଇ ବିଭିନ୍ନ ବୟାନବାଜି କରୁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନର କୌଣସି ସରଳିଆ କଥାରେ ଫସିବାକୁ ଚାହୁଁନଥିବା ଦେଖିବାକୁ ମିଳିଛି । ପାକିସ୍ତାନ ପ୍ରତି ନିଜର କଠୋର ମନୋଭାବକୁ ବଦଳାଇବାକୁ ପ୍ରସ୍ତୁତ ନାହାନ୍ତି ମୋଦି । ସେଥିପାଇଁ ବୋଧେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାନ୍‌ଙ୍କୁ ସାଂଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌ (ଏସ୍‌ସିଓ) ସମ୍ମିଳନୀରେ ଭେଟ ହେବାର ସମ୍ଭାବନା କମିବାର ଲାଗିଛି। ପୂର୍ବରୁ କିର୍ଗିଜ୍‌ସ୍ତାନର ରାଜଧାନୀ ବିଶ୍‌କେକ୍‌ଠାରେ ଉଭୟ ରାଷ୍ଟ୍ରନେତା ଭେଟ ହେବା ନେଇ ଚର୍ଚ୍ଚା ହେଉଛି।

କିରଗୀଜସ୍ଥାନଠାରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ମଧ୍ୟ ଇମ୍ରାନ ଓ ମୋଦିଙ୍କ ମଧ୍ୟରେ କୌଣସି ସାକ୍ଷାତ ରଖାଯାଇନାହିଁ । ଆସନ୍ତା ୧୩ ଓ ୧୪ ତାରିଖରେ କିରଗିଜସ୍ଥାନର ରାଜଧାନୀ ବିଶେକଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଉଭୟ ମୋଦି ଓ ଇମ୍ରାନ ଯୋଗ ଦେବେ । କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ମିଟିଂ ରଖାଯାଇନାହିଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର   କହିଛନ୍ତି । ସେହିଭଳି ନିଜର ଶପଥ ଗ୍ରହଣ ଉତ୍ସବକୁ ମୋଦି ସବୁ ପଡୋଶୀ ଦେଶର ରାଷ୍ଟ୍ରମୂଖ୍ୟମାନଙ୍କୁ ଡାକିଥିବାବେଳେ ପାକିସ୍ତାନକୁ ଡାକି ନଥିଲେ ।

ପଢନ୍ତୁ: ଭୁବନେଶ୍ବରରେ ବ୍ୟାନ୍ ପରେ ବି ବ୍ୟବହାର ହେଉଛି ପଲିଥିନ୍

Related posts

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଟକ୍କର, ବିଜେପିର ପ୍ରେମ ଧୂମଲ ନା କଂଗ୍ରେସର ବୀରଭଦ୍ର ସିଂ ଅକ୍ରିରୁ

ENO Beuro

ବାଚସ୍ପତିଙ୍କୁ ଚିଠି ଲେଖିଲେ ଭର୍ତ୍ତୃହରି ” ବୈଜୟନ୍ତଙ୍କୁ ହଟାଅ “

ENO Beuro

ଏଥର ନିର୍ବାଚନରେ ପିପିଲିରୁ ମୁଁ ନିଶ୍ଚିତ ଲଢିବି ବୋଲି କହିଲେ ମହାରଥୀ

Ratnamani Moharana

Leave a Comment