News

ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦି,ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ପକ୍ଷ ରଖିବେ ପ୍ରଧାନମନ୍ତ୍ରୀ

By Krishna Kumar Manoj

July 26, 2018

୧୦ମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାରେ ପହଞ୍ଚି ସାରିଛନ୍ତି। ଆଜି ଆୟୋଜିତ ଏହି ସମ୍ମିଳନୀରେ ମୋଦି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୈସାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ପକ୍ଷ ରଖିବେ ମୋଦି।ଏହି ଅବସରରେ ବ୍ରିକ୍ସ ସମୂହ ରାଷ୍ଟ୍ରମୁଖ୍ୟଙ୍କ ସହିତ ଦ୍ୱିପାକ୍ଷିକ ବୁଝାମଣା ନେଇ ଆଲୋଚନା କରିପାରନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, କୃଷି ଓ କଳା କ୍ଷେତ୍ରରେ କେତେ ଚୁକ୍ତି ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ଜୁଲାଇ ୨୭ ତାରିଖ ଯାଏଁ ଚାଲିବ ବ୍ରିକ୍ସ ସମ୍ମିଳନୀ। ଜୋହାନସବର୍ଗରେ ଆୟୋଜିତ ସମ୍ମିଳନୀରେ ଦକ୍ଷିଣଆଫ୍ରିକା, ଭାରତ, ବ୍ରାଜିଲ, ଋଷ ଓ ଚୀନର ରାଷ୍ଟ୍ରନେତାମାନେ ଯୋଗ ଦେବେ । ତେବେ ପ୍ରଧାନମନ୍ତ୍ରୀ ନିଜର ପାଂଚ ଦିନିଆ ଗସ୍ତର ଶେଷ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାେରେ ପହଂଚିଛନ୍ତି । ଏହାପୂର୍ବରୁ ମୋଦି ରୱାଣ୍ଡା ଓ ଉଗାଣ୍ଡା ଗସ୍ତ କରି ସେଠାକାର ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ମୋଦିଙ୍କର ଏହା ଦ୍ୱିତୀୟ ଆଫ୍ରିକୀୟ ମହାଦେଶ ଗସ୍ତ।

ପଢନ୍ତୁ; ତାମିଲନାଡୁ ସରକାର: ଜୟଲଳିତା ଗର୍ଭବତୀ ହୋଇନଥିଲେ