• Home
  • News
  • ପିଲାମାନଙ୍କୁ ମୋଦିଙ୍କ ସନ୍ଦେଶ : “ଆତ୍ମ ବିଶ୍ଵାସ ହିଁ ସଫଳତାର ମନ୍ତ୍ର”
News

ପିଲାମାନଙ୍କୁ ମୋଦିଙ୍କ ସନ୍ଦେଶ : “ଆତ୍ମ ବିଶ୍ଵାସ ହିଁ ସଫଳତାର ମନ୍ତ୍ର”

“ପିଲାଙ୍କୁ ପରୀକ୍ଷା ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ”

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସନ୍ଦେଶ ଦେଇଛନ୍ତି। କହିଛନ୍ତି ଆତ୍ମ ବିଶ୍ଵାସ ହିଁ ସଫଳତାର ମୂଳମନ୍ତ୍ର। ଏହା କୌଣସି ଜଡିବୁଡି ନୁହେଁ। କେବଳ କଠିନ ପରିଶ୍ରମ ଦ୍ଵାରା ଆତ୍ମ ବିଶ୍ଵାସ ବଢିଥାଏ। ଜୀବନରେ ସବୁକିଛି ରହିଛି କିନ୍ତୁ ଆତ୍ମ ବିଶ୍ଵାସ ନଥିଲେ କିଛି ସମ୍ଭବନୁହେଁ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ପରୀକ୍ଷା ଟିପ୍ସକୁ ନେଇ ଓଡିଶାରେ ପଲିଟିକ୍ସ ଜୋର୍ ଧରିଥିଲା । ମୋଦିଙ୍କ ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ୍ ଜରିଆରେ ସିଧାପ୍ରସାରଣ କରିବା ପାଇଁ କେନ୍ଦ୍ରରୁ ନିର୍ଦେଶ ଆସିଥିଲା ।

କିନ୍ତୁ ଓଡିଶା ସରକାର, ରୋକଠୋକ୍ ମନା କରିଦେଇଥିଲେ । ମୁଣ୍ଡ ଉପରେ ପରୀକ୍ଷା । ଆଉ ଏତିକିବେଳେ ମୋଦିଙ୍କ ଟିପ୍ସ ଶୁଣିବା ଉଚିତ କି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଲେ ଲାଭ ହେବ ନା କ୍ଷତି ହେବ ତାକୁ ନେଇ ବିଜେଡି-ବିଜେପି ମଧ୍ୟରେ ବିବାଦ ଦେଖା ଦେଇଛି ।ବିଜେଡି କହିଛି, ପରୀକ୍ଷା ସମୟରେ ଏଭଳି ଆୟୋଜନ କରିବା ଓ ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ କରିବା ବର୍ତମାନ ସମୟରେ ଠିକ୍ ନୁହେଁ। ଓଲଟା ଛାତ୍ରଛାତ୍ରୀ ମାନେ ଚାପଗ୍ରସ୍ତ ହେବେ ବୋଲି ଦଳ ଯୁକ୍ତି ବାଢିଛି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୋଦିଙ୍କ ଲୋକପ୍ରିୟତାକୁ ଓଡିଶା ସରକାର ଡରିଯାଇଛନ୍ତି।

ଛାତ୍ର-ଛାତ୍ରୀଙ୍କୁ ସମ୍ଵୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ମୁଁ ଆପଣଙ୍କ ନିକଟରେ ଏକ ସାଙ୍ଗ ଭାବେ ଛିଡ଼ା ହୋଇଛି। ସେ କହିଛନ୍ତି ଯେ ଏହା ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ନୁହେଁ ବରଂ ଏହା ଛାତ୍ରମାନଙ୍କ କାର୍ୟ୍ୟକ୍ରମ। ମୋଦୀ କହିଛନ୍ତି ଯେ ସର୍ବପ୍ରଥମେ ମୁଁ ଶିକ୍ଷକଙ୍କୁ ପ୍ରଣାମ କରୁଛି ଯେଉଁମାନେ ଆଜି ମଧ୍ୟ ମୋତେ ବିଦ୍ୟାର୍ଥୀ କରି ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଏହି ଆଲୋଚନାର ଶୀର୍ଷକ ‘ମେକିଙ୍ଗ ଏଗଜାମ ଫନ: ଚାଟ ଓ୍ଵିଥ୍ ପିଏମ ମୋଦୀ’ ରଖାଯାଇଛି। ମୋଦୀ ପରୀକ୍ଷାକୁ ନେଇ ଛାତ୍ର-ଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେବା ସହିତ କିଛି ଟପ୍ସ ମଧ୍ୟ ଦେଉଛନ୍ତି। ମୋଦୀ କହିଛନ୍ତି ଯେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବିଦ୍ୟାର୍ଥୀଙ୍କୁ ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ଟିପ୍ସ ଦେଇଛନ୍ତି।

ପିଲାମାନଙ୍କୁ ମୋଦିଙ୍କ ସନ୍ଦେଶ : “ଆତ୍ମ ବିଶ୍ଵାସ ହିଁ ସଫଳତାର ମନ୍ତ୍ର” modi

ପଢନ୍ତୁ;

ଶୋଇବା ବେଳେ ଘୁଙ୍ଗୁଡି ଆସୁଛି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ସରଳ ଉପାୟ

Related posts

ଆଜି ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦର ଶୁଣାଣି

Krishna Kumar Manoj

ଟ୍ରକ ଧର୍ମଘଟ ପ୍ରତ୍ୟାହୃତ

Krishna Kumar Manoj

ମାଡି ଆସୁଛି ସାମୁଦ୍ରିକ ଝଡ଼ ‘ସାଗର’ !

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More