News

ସେପ୍ଟେମ୍ବର ୧୫ରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ

By Krishna Kumar Manoj

September 07, 2018

ନୂଆଦିଲ୍ଲୀରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହାତ୍ମାଗାନ୍ଧୀ ଅନ୍ତର୍ଜାତୀୟ ସ୍ୱଚ୍ଛତା ସମ୍ମେଳନ ସହିତ ଯୋଡ଼ି ହେବ ଏସଏଚଏସ ଅଭିଯାନ

ଦେଶବ୍ୟାପୀ ସ୍ୱଚ୍ଛତା ଆନ୍ଦୋଳନ, ସ୍ୱଚ୍ଛ ଭାରତ ଅଭିଯାନ (ଏସବିଏମ) ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ବର୍ତ୍ତମାନ ଏହା ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ଏହି ଅବସରରେ ସେପ୍ଟେମ୍ବର 15 ତାରିଖ ଠାରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପାଇଁ ଜନ ଆନ୍ଦୋଳନ ‘ସ୍ୱଚ୍ଛତା ହିଁ ସେବା (ଏସଏଚଏସ) 2018’ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତବର୍ଷର ସ୍ୱଚ୍ଛତା ହିଁ ସେବା ଅଭିଯାନର ସଫଳତା ପରେ ଚଳିତ ବର୍ଷ ଏହି ଅଭିଯାନ ପାଳନ କରାଯିବ । ଏସଏଚଏସ 2018 ସେପ୍ଟେମ୍ବର 29ରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ସ୍ୱଚ୍ଛତା ସମ୍ମେଳନ (ଏମଜିଆଇଏସସି) ସହିତ ଯୋଡ଼ିହେବ, ଏଥିସହିତ ମହାତ୍ମା ଗାନ୍ଧୀଙ୍କ ଜନ୍ମର 150 ବର୍ଷ ପୂର୍ତ୍ତି ଉତ୍ସବ ଆରମ୍ଭ ହେବ । ଏସଏଚଏସର ଲକ୍ଷ୍ୟ ହେଉଛି ସ୍ୱଚ୍ଛ ଭାରତ ସଂକଳ୍ପକୁ ବାସ୍ତବ ରୂପ ଦେବା ଲାଗି ଜନ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା । ଏହା ମଧ୍ୟ ‘ସମସ୍ତଙ୍କ ପାଇଁ ସ୍ୱଚ୍ଛତା’ ବିଶ୍ୱାସକୁ ପୁନଃସ୍ଥାପିତ କରିବ । ଆଜି ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟର ସଚିବ ଶ୍ରୀ ପରମେଶ୍ୱରନ ଆୟାର ଏହି ଅଭିଯାନର ବିଶେଷତ୍ୱ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ନିମ୍ନରେ ଏହି ଅଭିଯାନର ବିଶେଷତ୍ୱ ଉଲ୍ଲେଖ କରାଗଲା-

ଅଭିଯାନର ଲକ୍ଷ୍ୟ

ଚତୁର୍ଥ ବର୍ଷ ପୂରଣ କରିବାକୁ ଯାଉଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ତ୍ୱରାନ୍ୱିତ କରିବା।

ସ୍ୱଚ୍ଛ ଭାରତ ଜନ ଆନ୍ଦୋଳନରେ ଆହୁରି ଉତ୍ସାହ ଭରିବା ଏବଂ ଏଥିରେ ନିରନ୍ତରତା ଆଣିବା ଲାଗି ଭିତ୍ତି ପ୍ରତିଷ୍ଠା କରିବା

‘ସମସ୍ତଙ୍କ ପାଇଁ ସ୍ୱଚ୍ଛତା’ର ଚିନ୍ତାଧାରାକୁ ପୁନଃସ୍ଥାପିତ କରିବା।

ଦେଶବ୍ୟାପୀ ଅଭିଯାନ ସହିତ ମହାତ୍ମା ଗାନ୍ଧୀଙ୍କ ଜନ୍ମର 150ତମ ବର୍ଷ ପୂର୍ତ୍ତି ଉତ୍ସବ ଆରମ୍ଭ କରିବା।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ସ୍ତରରେ ଶୁଭାରମ୍ଭ : 15 ସେପ୍ଟେମ୍ବର, 2018

ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ 15ରୁ ଉର୍ଦ୍ଧ୍ଵ ସ୍ଥାନରେ ଅଭିଯାନର ଶୁଭାରମ୍ଭ କରାଯିବ । ଏହି ଅବସରରେ ସମାଜର ବିଭିନ୍ନ ବର୍ଗ ଲୋକ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ରହିବେ । ଏହି ଅଭିଯାନ ଆରମ୍ଭ ହେବା ସହିତ ଶ୍ରମଦାନ କାର୍ଯ୍ୟକଳାପ ଆରମ୍ଭ ହେବ । ନିମ୍ନୋକ୍ତ ପଦକ୍ଷେପଗୁଡ଼ିକ ଜରିଆରେ ବିଭିନ୍ନ କ୍ଷେତ୍ରର ବହୁସଂଖ୍ୟକ ଲୋକମାନଙ୍କୁ ଏଥିରେ ସାମିଲ କରାଯିବ।

ପଢନ୍ତୁ;ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ:ସମଲିଙ୍ଗୀ ଯୌନ ସମ୍ପର୍କ ଅପରାଧ ନୁହେଁ