News

ପାକିସ୍ତାନ ଆକାଶରେ ବିଶକେକ୍‌ ଯିବେନି ମୋଦି

Untitled 1

ଜୁନ୍‌ ୧୩ ଓ ୧୪ ତାରିଖରେ କିର୍ଗିସ୍ତାନର ବିଶକେକ୍‌ରେ ଏସ୍‌ସିଓ ସମ୍ମିଳନୀ ଅନୁଷ୍ଠିତ ହେବ। ଏସ୍‌ସିଓର ସମସ୍ତ ସଦସ୍ୟ ରାଷ୍ଟ୍ର ଏଥିରେ ଯୋଗଦେବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଠାକୁ ଯିବେ। ଏହି ସମୟରେ ମୋଦିଙ୍କ ସ୍ୱତନ୍ତ୍ର ବିମାନ ପାକିସ୍ତାନର ଆକାଶ ମାର୍ଗରେ କିର୍ଗିସ୍ତାନ  ଯିବାର ଥିଲା। ହେଲେ ବର୍ତ୍ତମାନ ଭାରତ ସରକାର ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ପୂର୍ବରୁ ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିବାକୁ ଭାରତ ସରକାର ଚାହୁଁଥିଲେ। ଏପରି କି ଏଥିପାଇଁ ପାକିସ୍ତାନ ସରକାରଙ୍କ ଅନୁମତି ମଧ୍ୟ ଲୋଡ଼ା ଯାଇଥିଲା। ପାକିସ୍ତାନ ସରକାର ଏଥିପାଇଁ ଅନୁମତି ମଧ୍ୟ ଦେଇଥିଲେ। ହେଲେ ଭାରତ ସରକାର ଆଜି ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଭିଆଇପି ବିମାନଟି ଓମାନ, ଇରାନ୍‌ ଓ କେନ୍ଦ୍ରୀୟ ଏସିଆନ୍‌ ଦେଶର ଆକାଶ ମାର୍ଗ ଦେଇ ବିଶକେକ୍‌ରେ ପହଞ୍ଚିବ। ଆମ ପାଖରେ ବିଶକେକ୍‌ ଯିବା ପାଇଁ ଦୁଇଟି ରାସ୍ତା ଥିଲା। ଗୋଟିଏ ପାକିସ୍ତାନର ଆକାଶ ମାର୍ଗ ଏବଂ ଅନ୍ୟଟି କେନ୍ଦ୍ରୀୟ ଏସିଆନ୍‌ ଦେଶ। ଆମେ ଦ୍ୱିତୀୟ ବିକଳ୍ପକୁ ବାଛିଛୁ। ପ୍ରଧାନମନ୍ତ୍ରୀ ଆଜି ହିଁ ବିଶକେକ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର  କହିଛନ୍ତି।

ପଢନ୍ତୁ: ନିରବ ମୋଦିଙ୍କ ଜାମିନ୍‌ ଆବେଦନ ଖାରଜ କଲା କୋର୍ଟ

Related posts

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଅଗ୍ନିକାଣ୍ଡ, ୫ ମୃତ

ENO Beuro

ସାତ ଦିନିଆ ଭାରତ ଗସ୍ତରେ କାନାଡ଼ା ପ୍ରଧାନମନ୍ତ୍ରୀ : ସପରିବାରଙ୍କ ସହ ପରିଦର୍ଶନ କଲେ ତାଜମହଲ

ENO Beuro

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ସତ୍ୟେନ୍ଦ୍ର ଜାଭେରୀ

ENO Beuro

Leave a Comment