News

Man Vs Wild ସୋ’ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Ladu

ଡିସ୍କୋଭରି ଚ୍ୟାନେଲର ଏକ ଲୋକ ପ୍ରିୟ ସୋ  Man Vs Wild। ଏଥିରେ ଥିବା ଉପସ୍ଥାପକ ବିଅର୍ ଗ୍ରିଲ୍ସଙ୍କ ଜଙ୍ଗଲି ଅନୁଭୂତିକୁ ନେଇ ଚାଲିଛି ଏହି ସୋ। ଏହି ସୋ ମାଧ୍ୟମରେ ଗିଲ୍ସ ଜଙ୍ଗଲରେ କିପରି ତିଷ୍ଠି ରହିବାଏନେଇ ପ୍ରଶିକ୍ଷଣ ଦେଇଥାନ୍ତି। ତେବେ ଗ୍ରିଲ୍ସଙ୍କ ବହୁ ଚର୍ଚ୍ଚିତ ଶୋ’ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ଅଗଷ୍ଟ ୧୨ ରାତି ୯ଟାରେ ୧୨ଟି ଡିସ୍କଭରୀ ଚ୍ୟାନେଲରେ ୮ଟି ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବାକୁ ଯାଉଛି। ଏଥିରେ ମୋଦି ପରିବେଶ ସଂରକ୍ଷଣ ବ୍ୟତୀତ ସେ ସମ୍ପର୍କିତ ବେଶ୍‌ କିଛି ପ୍ରସଙ୍ଗରେ ମତ ରଖିବେ। ଏହା ସହିତ ମୋଦି ଗ୍ରିଲ୍ସଙ୍କ ସହ କିଛି ଜଙ୍ଗଲୀ ଅନୁଭୂତି ସାଉଁଟିବେ।

ତେବେ ଏହି ସୋର ଏକ ଭିଡିଓ ନିକଟରେ ରିଲିଜ ହୋଇଯାଇଛି। ଏହି ଭିଡିଓରେ ମୋଦି ହିନ୍ଦୀରେ ଏବଂ ଗ୍ରିଲ୍ସ ଇଂରାଜୀରେ ବାର୍ତ୍ତାଳାପ କରୁଛନ୍ତି। ରିଲିଜ୍‌ ହୋଇଥିବା ଏକ ଭିଡିଓରେ ମୋଦି ଗ୍ରିଲ୍ସଙ୍କୁ କହିଛନ୍ତି, ଆମେ ଜଙ୍ଗଲକୁ ଡେଞ୍ଜର୍ ଜୋନ୍‌ କହିବା ଠିକ୍‌ ହେଉନାହିଁ। ଆମେ ପ୍ରକୃତି ବିରୋଧରେ ଗଲେ ଏହା ବିପଦପୂର୍ଣ୍ଣ ପାଲଟିଯାଇଥାଏ। ମଣିଷ ମଧ୍ୟ ବିପଜ୍ଜନକ ପାଲଟିଯାଏ।

ମୋଦୀ ଆହୁରି କହିଛନ୍ତିକି, ଆମେ ପ୍ରକୃତିକୁ ସହଯୋଗ କଲେ ଏହା ଆମକୁ ମଧ୍ୟ ସହଯୋଗ କରିବ। ଏହା ପରେ ଗ୍ରିଲ୍ସ ଭାଲା ପରି ଏକ ହାତ ତିଆରି ଅସ୍ତ୍ର  ବନାଇ ସୁରକ୍ଷା ପାଇଁ ମୋଦିଙ୍କୁ ଦେଉଥିବା ଏକ ଭିଡିଓରେ ପ୍ରଦର୍ଶିତ ହୋଇଛି। ଗ୍ରିଲ୍ସ କହୁଛନ୍ତି, ବାଘ ଆସିଲେ ଏହା ଆପଣଙ୍କୁ ବଞ୍ଚାଇବ। ଉତ୍ତରରେ ମୋଦି କହିଛନ୍ତି, ‘ମୋ ସଂସ୍କାର ମୋତେ ଜୀବନ ନେବାପାଇଁ ଅନୁମତି ଦିଏନି। ଯାହା ବି ହେଉ, ମୁଁ ୟାକୁ ତୁମେ ଥିବା ଯାଏ ଧରିଥିବି।’
ପଢନ୍ତୁ: କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତକୁ ସମର୍ଥନ କଲେ ଆମେରିକା,ଚୀନ୍‌, ଋଷ୍‌

Related posts

ଟିଟୋର ସହଯୋଗୀ ବାବୁ ସାହୁଙ୍କୁ ଏନ୍‌କାଉଣ୍ଟର

ENO Beuro

୧୬ରେ ସମୂହ ଛୁଟିରେ ଯିବେ ୪୮୮ ବର୍ଗ କଲେଜ ଅଧ୍ୟାପକ

Ratnamani Moharana

ରେଳବାଇର ନୂତନ ସ୍କିମ୍‌: ‘ଭିମ’ ଆପ୍‌ ଜରିଆରେ ଯାତ୍ରୀଙ୍କୁ ମିଳିପାରେ ମାଗଣାରେ ଯାତ୍ରା କରିବା ସୁଯୋଗ

ENO Beuro

2 comments

Leave a Comment