POLITICALS

ବିଜେପି ନିର୍ମାଣ କରିବ ବିଦ୍ୟାସାଗରଙ୍କ ବିଶାଳ ପ୍ରତିମୂର୍ତ୍ତି

Mi

ଗତକାଲି ବିଜେପି ସଭାପତି ଅମିତ ଶାହଙ୍କ କୋଲକାତା ରାଲି ବେଳେ ବିଜେପି ଏବଂ ଟିଏମସି ସମର୍ଥକମାନଙ୍କ ମଧ୍ୟରେ ସଂଘ‌ର୍ଷ ହୋଇଥିଲା ଏବଂ କେତେକ ଦୁର୍ବୃତ୍ତ କଲେଜରେ ପଶି ବିଦ୍ୟାସାଗରଙ୍କ ପ୍ରତିମୂର୍ତି  ଭ‌ାଙ୍ଗି ଦେଇଥିଲେ। ତେଣୁ ବିଜେପି ଓ ଟିଏମସି ଏଥିପାଇଁ ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ।

ଉତ୍ତର ପ୍ରଦେଶର ମାଉ ଠାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, “ଆମେ ପୁଣିଥରେ ଟିଏମସି କର୍ମୀଙ୍କ ଗୁଣ୍ଡାଗିରି ଭାଇ ଅମିତ ଶାହଙ୍କ କୋଲକାତା ରୋଡ୍‌ ଶୋ’ ବେଳେ ଦେଖିବାକୁ ପାଇଲୁ। ସେମାନେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ତାଳି ପକାଇବାକୁ ଉଦ୍ୟମ କରିଛନ୍ତି। ସେ କହିଛନ୍ତି, ବିଜେପି ମହାନ ଜନନାୟକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଏକ ଅଷ୍ଟଧାତୁ ପ୍ରତିମୂର୍ତ୍ତି ନିର୍ମାଣ  କରିବ। ଯେଉଁ ସ୍ଥାନରେ ପୂର୍ବରୁ ପ୍ରତିମୂର୍ତ୍ତି ରହିଥିଲା, ସେହି ସ୍ଥାନରେ ହିଁ ଏହାକୁ ନିର୍ମାଣ କରାଯିବ।

ପଢନ୍ତୁ: ଫନି ପରେ ବ୍ୟାଙ୍କ ଓ ବୀମା ସେବା ସ୍ୱାଭାବିକ ପାଇଁ ସମୀକ୍ଷା ବୈଠକ

Related posts

କେଜ୍ରିୱାଲଙ୍କ ଉପହାର,ବକେୟା ପାଣି ବିଲ ଛାଡ କରିବାକୁ ଘୋଷଣା କଲେ

Ratnamani Moharana

କେନ୍ଦ୍ରାପଡାରେ ଜୋରଦାର ପ୍ରଚାର ସହ ରୋଡ ସୋ କଲେ ବୈଜୟନ୍ତ ପଣ୍ଡା

Ratnamani Moharana

ହିମାଚଳ ପ୍ରଦେଶରେ ମତଦାନ ରେ ଆଶାଠାରୁ ଅଧିକ ଫଳ, ସୃଷ୍ଟିକଲା ରେକର୍ଡ

ENO Beuro

Leave a Comment