POLITICALS

ସୋଫାରେ ବସିବାକୁ ମନା କରି ଚେୟାର୍‌ରେ ବସିଲେ ପ୍ରଧାନମନ୍ତ୍ରୀ ମୋଦି

Modi 1 750x430

ମୋଦି ତାଙ୍କ ଜୀବନକୁ କେତେ ସରଳଭାବେ ଜୀବନଯାପନ କରନ୍ତି ତାହା ସମସ୍ତଙ୍କୁ ଜଣା। ତେବେ ମୋଦିଙ୍କ ଏହି ସରଳତା ପାଇଁ ଆଜି ସେ ବିଦେଶରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଗୁରୁବାର ଦିନ ରୁଷ୍‌ର ଭ୍ଲାଦିଭୋସ୍ତକ  ଠାରେ ଫଟୋ ସେସନ୍‌ ପାଇଁ ଖାସ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତେ ରଖାଯାଇଥିବା ସୋଫାରେ ବସିବାକୁ ସେ ମନା କରି ଅନ୍ୟମାନଙ୍କ ସହ ମିଶି ଚେୟାର୍‌ରେ ବସିଥିଲେ। ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ୍‌ ପୋଷ୍ଟ କରିଥିବା ଭିଡିଓରେ ଦେଖାଯାଉଛି ଯେ ଫଟୋ ସେସନ୍‌ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଧିକାରୀମାନେ ସ୍ୱାଗତ କରୁଛନ୍ତି। ଭିଡିଓ ସହ ଗୋୟଲ ଟୁଇଟ୍‌ କରିଛନ୍ତି: ଆୟୋଜିତ ସ୍ୱତନ୍ତ୍ର ବ୍ୟବସ୍ଥା ହଟାଇ ରୁଷ୍‌ରେ ଅନ୍ୟମାନଙ୍କ ସହ ଚୌକିରେ ବସିବାକୁ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିରାଡ଼ମ୍ବରତା ପ୍ରଦର୍ଶନ କରିଛନ୍ତି।

ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ସେୟାର୍‌ ହୋଇଛି ଏବଂ ମୋଦୀଙ୍କ ଆଚରଣକୁ ନାଗରିକମାନେ ଭୂୟସୀ ପ୍ରଶଂସା କରିଛନ୍ତି। ଜଣେ ଟୁଇଟର୍‌ ବ୍ୟବହାରକାରୀ କହିଛନ୍ତି: କି ସୁନ୍ଦର ଆଚାର। କହିବାକୁ ଭାଷା ନାହିଁ। ସରଳତା  ଦେଖ। ଅନ୍ୟ ଜଣେ ଲେଖିଛନ୍ତି: ଆମ ପ୍ରଧାନମନ୍ତ୍ରୀ ବିନୟୀ ଓ ଗମ୍ଭୀର ଯିଏ ତଳେ ମଧ୍ୟ ବସିପଡ଼ନ୍ତି।

ପଢନ୍ତୁ: ଏଥର ଜେଲରେ ଜନ୍ମଦିନ ପାଳନ କରିବେ ଚିଦାମ୍ବରମ

Related posts

ଆସନ୍ତା କାଲି ରାଜଧାନୀରେ ରୋଡ ସୋ କରିବେ ମୋଦି

Ratnamani Moharana

ଜୁଏଲ ଓରାମଙ୍କ ଦିଲ୍ଲୀ ଘରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ

Ratnamani Moharana

ପରିବର୍ତ୍ତନ ସମାବେଶରେ ରାହୁଲଙ୍କ ମହିଳା କାର୍ଡ: ମାଗଣା ଶିକ୍ଷା ଓ ବିବାହ ସହାୟତା

Ratnamani Moharana

Leave a Comment