News

ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

modi

ଜାନୁଆରୀ ୨୫ ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ । ତେବେ ତାଙ୍କ ଜନ୍ମ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ମାନରେ ୧୦୦ଟଙ୍କିଆ ସ୍ମାରକୀ କଏନ ଜାରି କରିଛନ୍ତି ।ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଥିବାବେଳେ ଆରପଟେ ବାଜପେୟୀଙ୍କ ଫଟୋ ରହିଛି।

modi

ତେବେ ଏହି କଏନ ଜାରି କରିବା ସମୟରେ ମୋଦି କହିଛନ୍ତି ଯେ, ତାଙ୍କ ମନ ଏବେ ବି ମାନୁ ନାହିଁ କି ବାଜପେୟୀ ଆଉ ଆମ ଗହଣରେ ନାହାନ୍ତି। ରାଜନୈତିକ ମଞ୍ଚରୁ ପାଖାପାଖି ୧୦ ବର୍ଷ ଦୂରରେ ରହିବା ସତ୍ୱେ ସାରା ଦେଶ ତାଙ୍କୁ ଏକ ସ୍ୱତନ୍ତ୍ରଭାବେ ବିଦାୟ ଦେଇଥିବା ମୋଦି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ବରିଷ୍ଠ ବିଜେପି ନେତା ଲାଲ୍‌କୃଷ୍ଣ ଆଡ୍‌ଭାନି ଯୋଗ ଦେଇଥିଲେ।

ପଢନ୍ତୁ; ୨୬ରେ ଦିନିକିଆ ବ୍ୟାଙ୍କ ଧର୍ମଘଟ,ସାମିଲ ହେବେ ଦେଶର ୧୦ଲକ୍ଷ କର୍ମଚାରୀ

Related posts

ମେଣ୍ଟ ସରକାର ଗଢିବେ ଇମ୍ରାନ,ଅଗଷ୍ଟ ୧୪ ପୂର୍ବରୁ ଗଠନ ହେବ ନୂଆ ସରକାର

ENO Beuro

ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୀଲ କୁମ୍ବଲେ

ENO Beuro

ଭାରତ ନେଟ ପ୍ରକଳ୍ପ ପାଇଁ ବିବିଏନଏଲ୍ ଗୁରୁତ୍ୱପୂର୍ଣ୍ଣ: ମନୋଜ ସିହ୍ନା

ENO Beuro

Leave a Comment