• Home
  • POLITICALS
  • ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା
POLITICALS

ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ପ୍ରଭାବ କେବଳ ଭାରତରେ ନୁହେଁ ସାରା  ବିଶ୍ୱରେ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦି ନିଃସନ୍ଦେହ ସବୁଠୁ ଜନପ୍ରିୟ ରାଜନେତା ବୋଲି ଆଜି ଆମେରିକାର ‘ପିଉ’ ରିସର୍ଚ ସେଣ୍ଟର୍‌ କହିଛି। ଚଳିତ ବର୍ଷ ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୦ ତାରିଖ ମଧ୍ୟରେ ୨୪୬୪ ଜଣଙ୍କୁ ନେଇ ଏହି ସର୍ଭେରେ, ଭାରତର ୮୮ ପ୍ରତିଶତ ଲୋକ ମୋଦିଙ୍କୁ ପସନ୍ଦ କରନ୍ତି ବୋଲି ସ୍ପଷ୍ଟ ହୋଇଛି ।

‘ପିଉ’ କହିଛି ଯେ ମୋଦିଙ୍କ ପ୍ରତି ଜନସାଧାରଣଙ୍କର ସକାରାତ୍ମକ ମୂଲ୍ୟାୟାନ ଭାରତୀୟ ଅର୍ଥନୀତିରେ ବଢ଼ି ଚାଲିଥିବା ସନ୍ତୋଷ ଉପରେ ପର୍ଯ୍ୟବେଶିତ: ଦଶ ଜଣଙ୍କ ମଧ୍ୟରୁ ଆଠ ଜଣରୁ ଉର୍ଦ୍ଧ୍ୱ କହନ୍ତି ଅର୍ଥନୈତିକ ଅବସ୍ଥା ଉତ୍ତମ। ୨୦୧୪ ନିର୍ବାଚନର ଠିକ୍‌ ପୂର୍ବରୁ ତାଙ୍କର ଜନପ୍ରିୟତା ୧୯% ପଏଣ୍ଟ୍‌ ବଢ଼ିଥିଲା।

ମୋଦି ୮୮% ପାଇ କଂଗ୍ରେସ ନେତା ରାହୁଳ ଗାନ୍ଧୀ (୫୮%)ଙ୍କ ଠାରୁ ୩୦ ପଏଣ୍ଟ୍‌, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (୫୭%)ଙ୍କ ଠାରୁ ୩୧ ପଏଣ୍ଟ୍‌ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ (୩୯%)ଙ୍କ ଠାରୁ ୪୯ ପଏଣ୍ଟ୍‌ ଆଗରେ ଅଛନ୍ତି ବୋଲି ଚଳିତ ବର୍ଷ ଫେବ୍ରୁଆରି ୨୧ରୁ ମାର୍ଚ ୧୦ ତାରିଖ ମଧ୍ୟରେ କରାଯାଇଥିବା ସର୍ଭେରୁ ଜଣା ପଡ଼ିଛି।

ଉଲ୍ଲେଖଯୋଗ୍ୟ, ୨୦୧୫ ଅପେକ୍ଷା ୨୦୧୭ରେ ଭାରତୀୟଙ୍କ ମଧ୍ୟରେ ଆମେରିକା ପ୍ରତି ଅନୁକୂଳାତ୍ମକ ମତପୋଷଣ ୭୦%ରୁ ୪୯% ହୋଇ ୨୧ ପଏଣ୍ଟ୍‌ ହ୍ରାସ ପାଇଛି ବୋଲି ସର୍ଭେ ପ୍ରତିଫଳତିତ କରୁଛି।

ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା  ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା

ପଢନ୍ତୁ, ଏସ୍‌ବିଆଇ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଅଧିକ ରୋଗୀ ଚିକିତ୍ସା ହେବାର ସୁବିଧା 

Related posts

ବିଜେଡିରେ ସାମିଲ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

Krishna Kumar Manoj

ଧମକ ଦେଲେ ଆଜାଦ୍‌: କଂଗ୍ରେସ୍-ଜେଡିଏସକୁ ସରକାର ଗଠନ ପାଇଁ ରାଜ୍ୟପାଳ ନ ଡାକିଲେ କର୍ଣ୍ଣାଟକରେ ହେବ ରକ୍ତପାତ

ବିଜେଡ଼ିରୁ ଇସ୍ତଫା ଦେଲେ ହେମା ଗମାଙ୍ଗ !

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More