News

ସହିଦ ଅଚ୍ୟୁତାନନ୍ଦଙ୍କୁ ସ୍ମରଣ କଲେ ମୋଦି,କହିଲେ କଂଗ୍ରେସ ପାଇଁ ମାଓବାଦୀ ହେଉଛନ୍ତି ବିପ୍ଳବୀ

modi

ନିର୍ବାଚନ ପାଇଁ ସରଗରମ ଛତିଶଗଡ। ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ଜଗଦଲପୁରରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ରମଣ ସିଂହ ନିର୍ବାଚନମଣ୍ଡଳୀରୁ ରୋଡ୍ ଶୋ’ ଆରମ୍ଭ କରିବେ ରାହୁଲ

modi

ଗତକାଲି ଜଗଦଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଜନସମୁଦ୍ରକୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ମା’ ଦନ୍ତେଶ୍ୱରୀଙ୍କୁ ସ୍ମରଣ କରି ଲୋକମାନଙ୍କ ଦୀର୍ଘାୟୁ କାମନା ମଧ୍ୟ କରିଛନ୍ତି ନରେନ୍ଦ୍ର ମୋଦି । ଏହାସହ ନିକଟରେ ମାଓ ଆକ୍ରମଣରେ ପ୍ରାଣ ହରାଇଥିବା ଡିଡି ନ୍ୟୁଜ୍‌ର କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁଙ୍କୁ ମନେପକାଇଛନ୍ତି ମୋଦି । ତାଙ୍କର ଅକାଳ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହିତ ସେ ଛତିଶଗଡ଼ବାସୀଙ୍କୁ କହିଥିଲେ, “ଅଚ୍ୟୁତାନନ୍ଦ ଆପଣମାନଙ୍କ ସ୍ୱପ୍ନକୁ ତାଙ୍କ କ୍ୟାମେରା ସାହାଯ୍ୟରେ ସମଗ୍ର ବିଶ୍ୱକୁ ଦେଖାଇବାକୁ ଆସିଥିଲେ, କିନ୍ତୁ ତାଙ୍କୁ ନକ୍ସଲମାନେ ହତ୍ୟା କରିଦେଲେ।”

ଆଊ ଏହା ମଧ୍ୟ କହିଛନ୍ତି ମାଓବାଦୀଙ୍କ ଏଭଳି ବର୍ବର ମନୋଭାବ ଅତ୍ୟନ୍ତ ନିନ୍ଦନୀୟ ଏବଂ ଏଭଳି ଅର୍ବାନ ମାଓବାଦୀଙ୍କୁ ଶକ୍ତିଶାଳୀ କରିବା ପଛରେ କଂଗ୍ରେସର ହାତ ଅଛି ବୋଲି ମୋଦି କହିଛନ୍ତି ।

ସୂଚନାଯୋଗ୍ୟ,ଆସନ୍ତା ନଭେମ୍ବର ୧୨ରେ ଛତିଶଗଡ଼ରେ ୧୮ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ।

ପଢନ୍ତୁ; ଶ୍ରୀଲଙ୍କା ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି

Related posts

ଭଦ୍ରକରେ ଅଗ୍ନିକାଣ୍ଡ : ପୋଡିଗଲା ୫୦ ରୁ ଅଧିକ ଘର, ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ

ENO Beuro

ମୋଦିଙ୍କର ବିମୁଦ୍ରାକରଣ : ନୋଟବନ୍ଦୀ ପରେ ଏବେ ମୁଦ୍ରାବନ୍ଦୀ

ENO Beuro

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରୁଛନ୍ତି ସରକାର

ENO Beuro

Leave a Comment