News

ମହିଳା ଦିବସ ଅବସରରେ ତାଙ୍କୁ ପ୍ରେରଣା ଦେଇଥିବା ଜଣେ ୧୦୬ ବର୍ଷୀୟ ମହିଳାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ଜଣାଇବା ପାଇଁ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ।

ଏହି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କୁ ପ୍ରେରଣା ଦେଇଥିବା ଜଣେ ୧୦୬ ବର୍ଷୀୟ ନାରୀଙ୍କ ବିଷୟରେ କହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ର୍‌କୁ ମାଧ୍ୟମ କରିଛନ୍ତି। ଗାଁ’ରେ ଶୌଚାଳୟଟିଏ ତୋଳିବାକୁ କୁଅାଁର ବାଈ ନାମ୍ନୀ ଛତିଶଗଡ଼ର ଜଣେ ମହିଳା ତାଙ୍କର ଏକମାତ୍ର ରୋଜଗାର ପନ୍ଥା ଛେଳିଗୁଡ଼ିକୁ ବିକ୍ରୟ କରିଥିଲେ।

ମୋଦି କହିଛନ୍ତି ଯେ,ସ୍ୱଚ୍ଛ ଭାରତ ପ୍ରତି ତାଙ୍କର ଅବଦାନ କେବେ ଭୁଲି ହେବନାହିଁ। ତାଙ୍କର ମହତ୍‌ପଣିଆ ଦ୍ୱାରା ମୁଁ ଗଭୀର ଭାବେ ପ୍ରେରିତ ହୋଇଛି।

ଛତିଶଗଡ଼ ଗସ୍ତ ସମୟରେ କୁଅାଁର ବାଈଙ୍କ ଆଶୀର୍ବାଦ ପାଇଥିବା ସୁଯୋଗ ଓ ସମୟକୁ ମୁଁ ଶ୍ରଦ୍ଧାର ସହ ସ୍ମରଣ କରୁଛି। ଚଳିତ ବର୍ଷ ଆଦ୍ୟ ଭାଗରେ କୁଅାଁର ବାଈଙ୍କର ଦେହାନ୍ତ ହେଲା। କିନ୍ତୁ, ବାପୁଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ପୂର୍ଣ୍ଣାଙ୍ଗ କରିବାକୁ ଯେଉଁମାନେ ବ୍ୟାକୁଳ ସେମାନଙ୍କ ମନ ଓ ହୃଦୟରେ ସେ ଜୀବିତା।‘ନେସ୍‌ନାଲ୍‌ ନ୍ୟୁଟ୍ରିସିଅନ୍‌ ମିସନ୍‌’ ଆରମ୍ଭ କରାଇବାକୁ ପ୍ରଧାନମନ୍ତ୍ରୀ ମୋଦି ଆଜି ରାଜସ୍ଥାନର ଝୁଞ୍ଝୁନୁ ଗସ୍ତରେ ଯିବେ।

ମହିଳା ଦିବସ ଅବସରରେ ତାଙ୍କୁ ପ୍ରେରଣା ଦେଇଥିବା ଜଣେ ୧୦୬ ବର୍ଷୀୟ ମହିଳାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ modi1

ପଢନ୍ତୁ;

ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସମଗ୍ର ବିଶ୍ୱର ମହିଳାଙ୍କ ପାଇଁ ଆଜି ଦିନଟିଏ

Related posts

ସ୍କୁଲ ବହିରେ ସ୍ଥାନ ପାଇବ ବାଜପେୟୀଙ୍କ ଜୀବନୀ

Krishna Kumar Manoj

ହତ୍ୟା କରାଗଲା ମହିଳା ଜଣକୁ ୩ ମହଲା ଉପରୁ ଠେଲି

Krishna Kumar Manoj

ଜାତିସଂଘ ପକ୍ଷରୁ ମୋଦୀଙ୍କୁ ମିଳିଲା ଚାମ୍ପିୟନ୍ସ ଅଫ୍ ଆର୍ଥର ସମ୍ମାନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More