News

ପାକିସ୍ତାନର ‘ରିଭର୍ସ ସ୍ବିଙ୍ଗ’ ବଲରେ ‘ହେଲିକାପ୍ଟର ସଟ’ ଲଗାଇବେ ଭାରତୀୟ ଭୋଟର: ନରେନ୍ଦ୍ର ମୋଦି

ନିକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ  ଇମରାନ ଖାନ ଏକ ସାକ୍ଷାତକାରରେ କହିଥିଲେ କି, ମୋଦି ଏଥର ଭାରତର ପ୍ରଧାନମନ୍ତ୍ରୀ ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ହ୍ରାସ  ପାଇପାରିବ। ତେବେ ଇମରାନଙ୍କ ଏହି ବୟାନକୁ  ନେଇ ଭାରତର ବହୁ ନେତା ଓ ରାଜନୈତିକ ଲୋକମାନେ ମୋଦୀଙ୍କୁ  ଟାର୍ଗେଟ କରି ସେ ଇମରାନଙ୍କ ବନ୍ଧୁ ବୋଲି କହିଥିଲେ। ଏପରି କରିବା ପଛରେ ଇମରାନଙ୍କ ଉଦେଶ୍ୟ ଥିଲା କିଛି ଅଲଗା। ସେ ମୋଦୀଙ୍କ ସପକ୍ଷରେ ମତଦେଲେ ଭାରତବାସୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଦେବେନି  ବୋଲି ଥିଲା ଏକ ଷଡଯନ୍ତ୍ର।

 

ତେବେ ଏହି ଉକ୍ତିର ଜବାବ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ କହିଛନ୍ତି, ପୂର୍ବ ପାକିସ୍ତାନୀ କ୍ରିକେଟରଙ୍କ ଏହି ବୟାନ ରିଭର୍ସ ସ୍ବିଙ୍ଗ  ସହ ଭାରତୀୟ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାର ଏକ ପ୍ରୟାସ ରହିଥିଲା କିନ୍ତୁ ନିର୍ବାଚନରେ ପ୍ରତ୍ୟେକ ଭାରତୀୟ ମତଦାତା ଏହି ‘ରିଭର୍ସ ସ୍ବିଙ୍ଗ’ ବଲରେ ‘ହେଲିକାପ୍ଟର ସଟ’  ଲଗାଇ ସମସ୍ତଙ୍କୁ କଡ଼ା ଜବାବ ଦେବା ଜାଣିଛନ୍ତି।ପାକିସ୍ତାନ ଯେତେ ମଧ୍ୟ ଭାରତର ଲୋକସଭା ନିର୍ବାଚନରେ ପ୍ରଭାବ ପକାବାକୁ ଚେଷ୍ଟା କଲେ ମଧ୍ୟ ତାହାର କିଛି ହେବ ନାହିଁ ବରଂ ପୂର୍ବ ଥରରୁ ଖୁବ ଅଧିକ ଭୋଟରେ ତଥା ପୂର୍ଣ୍ଣଭୋଟରେ ଭାଜପା  ଜିତିବ।
ପଢନ୍ତୁ: ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ

Related posts

ଜମ୍ମୁ-କାଶ୍ମୀର:ଆତଙ୍କବାଦୀ ଆକ୍ରମଣ,୪ ବିଏସ୍‌ଏଫ୍‌ ଯବାନ ସହିଦ

ENO Beuro

୧୬ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ENO Beuro

କେନ୍ଦ୍ରାପଡ଼ାରେ ପ୍ରଥମ ସମଲିଙ୍ଗୀ ବିବାହ

ENO Beuro

1 comment

Leave a Comment