ଦଳିତ ପ୍ରସଙ୍ଗରେ କଂଗ୍ରେସକୁ ମୋଦିଙ୍କ ସମାଲୋଚନା, କହିଲେ ଆମ୍ବେଦକରଙ୍କୁ ନେଇ ରାଜନୀତି ହେବା ଅନୁଚିତ!

ପ୍ରଧାନମନ୍ତ୍ରୀ କହିଲେ ମୋ ସରକାର ଆମ୍ବେଦକରଙ୍କୁ ସବୁଠୁ ଅଧିକ ସମ୍ମାନ ଦେଇଛି

ଏସସି/ଏସଟି ଆକ୍ଟ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସିଦ୍ଧାନ୍ତକୁ ନେଇ ଦେଶରେ ବିବାଦ ସୃଷ୍ଠୀ ହୋଇଥିଲା ବେଳେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୋକ୍ଷରେ ଏ ନେଇ ନିଜର ବିଚାର ରଖିଛନ୍ତି। ଦିଲ୍ଲୀରେ ଏକ କାର୍ଯ୍ୟକର୍ମ ସମୟରେ ସେ କହିଛନ୍ତି ଯେ,ଆମ୍ବେଦକରଙ୍କୁ ନେଇ ରାଜନୀତି ହେବ ଅନୁଚିତ।

ଆଉ ମଧ୍ୟ କହିଛନ୍ତି ତା ବଦଳରେ ତାଙ୍କ ପ୍ରଦସିର୍ତ ମାର୍ଗରେ ଚାଲିବାର ଆବଶ୍ୟକତା ରହିଛି। ସେହିପରି ଆମ୍ବେଦକରଙ୍କୁ ଯେତିକି ସମ୍ମ୍ନାନ ତାଙ୍କ ସରକାର ଦେଇଛନ୍ତି ଅନ୍ୟ କୌଣସି ସରକାର ସେପରି ସମ୍ମ୍ନାନ ଦେଇନଥିବା କଥା ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ଉଲେଖଯୋଗ୍ୟ,ମୋଦି ଘୋଷଣା କରିଛନ୍ତି ଯେ ଏପ୍ରିଲ୍‌ ୧୪ ତାରିଖ ଦିନ ଆମ୍ବେଦକରଙ୍କ ଜୟନ୍ତୀ ଅବକାଶରେ ସେ ‘ଆମ୍ବେଦକର ନେସ୍‌ନାଲ୍‌ ମେମୋରିଆଲ୍‌’ ଉଦ୍‌ଘାଟନ କରିବେ। ଡିସେମ୍ବର ୨୦୧୭ରେ ଜନପଥ ଠାରେ ‘ଆମ୍ବେଦକର ଇଣ୍ଟର୍‌ନେସ୍‌ନାଲ୍‌ ସେଣ୍ଟର୍‌’ ଉଦ୍‌ଘାଟନ କଥା କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ତାଙ୍କ ସରକାର ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ପ୍ରତି ପ୍ରତିବଦ୍ଧ।

ପଢନ୍ତୁ ; ଶ୍ଵାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦିକ ଉପଚାର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More