• Home
  • News
  • ୨୦୨୫ ସୁଦ୍ଧା ଭାରତ ହେବ ଟିବି ମୁକ୍ତ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
News

୨୦୨୫ ସୁଦ୍ଧା ଭାରତ ହେବ ଟିବି ମୁକ୍ତ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆସନ୍ତା ୨୦୨୫ ସୁଦ୍ଧା ଭାରତ ଟିବି ମୁକ୍ତ ହେବ

ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସୂଚିତ କରିଛନ୍ତି। ୨୦୨୫ ସୁଦ୍ଧା ସମଗ୍ର ପୃଥିବୀ ଟିବି ମୁକ୍ତ ହେବାର ଯୋଜନା ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। ଏହି ଅବସରରେ ଟିବି ମୁକ୍ତ ଭାରତ ଗଠନ ଅଭିଯାନର ଶୁଭାରମ୍ଭ ହୋଇଛି।

ମୋଦି କହିଛନ୍ତି ଯେ ,ରୋଗୀକୁ ଯେଉଁ ଔଷଧ ଦିଆଯାଉଛି ତାର ପ୍ରଭାବ ଅଛି କି ନାହିଁ । ଟିବି ଔଷଧ ପ୍ରତିରୋଧକ କି ନାଁ । ଏହି ସବୁ କଥାକୁ ଧ୍ୟାନରେ ରଖି ସରକାର ବ୍ୟାପକ ସ୍ତରରେ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି କି ଆମେ ବର୍ତମାନ ପର୍ଯ୍ୟନ୍ତ ବି ଟିବିକୁ ରୋକିବାରେ ସଫଳ ହୋଇନାହୁଁ । ୧୦ରୁ ୧୫ ବର୍ଷ ପରେ ମଧ୍ୟ ଫଳାଫଳ ନମିଳିଲେ ଆମକୁ ନିଜର ଦୃଷ୍ଟିକୋଣ ବଦଳେଇବାକୁ ପଡିବ । ଆମକୁ ସ୍ଥିତିକୁ ବିଶ୍ଲେଷଣ କରିବାର ଆବଶ୍ୟକତା ରହିଛି।

ଇତିମଧ୍ୟରେ ଗତ ୩ ବର୍ଷ ମଧ୍ୟରେ ଦେଶରେ ଟିବି ରୋଗ ନିରାକରଣ କାର୍ଯ୍ୟରେ ୬ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ଆଗାମୀ ଏକ ବର୍ଷ ମଧ୍ୟରେ ୯୦ ପ୍ରତିଶତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ଲକ୍ଷ୍ୟ ପୂରଣ କରିବାର ପ୍ରୟାସ ଜାରି ରହିଥିବା ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି। ଏହା ସହିତ ଦେଶରେ ଟିବି ପ୍ରତି ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

୨୦୨୫ ସୁଦ୍ଧା ଭାରତ ହେବ ଟିବି ମୁକ୍ତ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି modi

ପଢନ୍ତୁ;ଅଭିନେତା ନରେନ୍ଦ୍ର ଝାଙ୍କର ପରଲୋକ!

Related posts

ତୈଳଦର ୨ ଟଙ୍କା ହ୍ରାସ କଲେ କର୍ଣ୍ଣାଟକ ସରକାର

Krishna Kumar Manoj

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା କେନ୍ଦ୍ରୀୟ ହିନ୍ଦୀ କମିଟିର ୩୧ତମ ବୈଠକ

Krishna Kumar Manoj

ନଅ ଥର ଗୁଳିର ଶିକାର ହେବା ପରେ ମରଣ ମୁହଁରୁ ଫେରିଆସିଥିବା ଯବାନ ଚେତନ ଚିତାହ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More