POLITICALS

ଇନ୍ଦୋର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ନେଇ ମୋଦିଙ୍କ କଡା ଆଭିମୁଖ୍ୟ

Untitled 1

ଇନ୍ଦୋର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ନେଇ ବିଜେପି ସଂସଦୀୟ ଦଳ ବୈଠକରେ ନାଁ ନନେଇ ମୁହଁ ଖୋଲିଲେ ମୋଦି

 

ଆଜି ଅନୁଷ୍ଠିତ ଭାରତୀୟ ଜନତା ପାର୍ଟି ସଂସଦୀୟ ବୋର୍ଡ  ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନ୍ଦୋରରେ ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କ ଗୁଣ୍ଡାଗର୍ଦି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  କାହାର ନାଁ ନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସିଏ ଯାହାର ବି ପୁଅ ହୁଅନ୍ତୁ ନା କାହିଁକି ଏଭଳି ଆଚରଣକୁ ଆଦୌ ବରଦାସ୍ତ କରାଯିବନାହିଁ । ଯେଉଁମାନେ ଏହାକୁ ସମର୍ଥନ କରିଛନ୍ତି ସେମାନଙ୍କୁ ବି ଦଳରୁ ବାହାର କରାଯିବା ଦରକାର । ଆଜି ବିଜେପି ସଂସଦୀୟ ଦଳ ବୈଠକରେ ଏ ନେଇ କଡା ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ସୂଚନାଯୋଗ୍ୟ, ଗତ ଜୁନ ୨୬ ତାରିଖରେ ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟ ଇନ୍ଦୋରରେ ଏକ କୋଠା ଭାଙ୍ଗିବାକୁ ଆସିଥିବା ନିଗମ କର୍ମଚାରୀ ଏବଂ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ କ୍ରିକେଟ ବ୍ୟାଟରେ ଆକ୍ରମଣ କରିଥିଲେ। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଗତ ରବିବାର ତାଙ୍କୁ ଜାମିନ  ମିଳିଥିଲା।ଆକାଶଙ୍କୁ କୈଳାସ ବିଜୟବର୍ଗୀୟ ଓ କିଛି ବିଜେପି ସମର୍ଥକ ଖୋଲାଖୋଲି ସମର୍ଥନ କରିଥିଲେ । ଏପରିକି ଜେଲରୁ ମୁକୁଳିବା ଦିନ ଉତ୍ସବ ପାଳିଥିଲେ ଆକାଶ ବିଜୟବର୍ଗୀୟଙ୍କ ସମର୍ଥକ ।

ପଢନ୍ତୁ: ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆଜି

Related posts

ଲାଭ ଜନକ ପଦରୁ ଇସ୍ତଫା ନଦେଇ ଫସିଲେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ

Ratnamani Moharana

ଅନୁଭବ ମହାନ୍ତିଙ୍କ ଜମୁଛି ନିର୍ବାଚନୀ ପ୍ରଚାର ସହ ରୋଡ୍ ସୋ’

Ratnamani Moharana

୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

Ratnamani Moharana

Leave a Comment