News

୧୫‌ରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ

୧୫୫୦ କୋଟିର ପ୍ୟାକେଜ ନେଇ ଆସୁଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫ରେ ବଲାଙ୍ଗୀର ଗସ୍ତରେ ଆସିବେ। ଏହି ଅବସରରେ ବଲାଙ୍ଗୀରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେ ୧୫୫୦ କୋଟି ଟଙ୍କା ବିନିଯୋଗରେ ରାଜ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେଥିମଧ୍ୟରେ ସୋନପୁରଠାରେ ୧୫.୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହେବ।

ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନରେ ବଲାଙ୍ଗୀର ପଟୁ ବିଛୁପାଲି ପର୍ଯ୍ୟନ୍ତ ମୋଦି ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ସେହିପରି ଝାରସୁଗୁଡ଼ା-ବିଜୟନଗରମ୍ ରେଳ ଲାଇନ୍ ସହ ସମ୍ବଲପୁର-ଅନୁଗୁଳ ରେଳ ଲାଇନର ବିଦୁ୍ୟତକରଣ ଆରମ୍ଭ କରିବେ । ସୋନପୁରରେ ପ୍ରତିଷ୍ଠା ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ପ୍ରଧାନମନ୍ତ୍ରୀ ୫ ନୂଆ ପାସପୋର୍ଟ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିବେ ବୋଲି ଜାଣିବାକୁ ମିଳିଛି।

PM-Modi

ଉଲ୍ଲେଖଯୋଗ୍ୟ, ମୋଦୀ ଡିସେମ୍ବର ୨୪ରେ ଖୋର୍ଦ୍ଧା ଗସ୍ତ କରିବା ସହିତ ଭୁବନେଶ୍ଵର ଏମ୍ସରେ ବିଭିନ୍ନ କାର୍ୟ୍ୟେକ୍ରମର ଲୋକାର୍ପଣ କରିବା ସହିତ ଶିଳାନ୍ୟାସ କରିଥିଲେ। ଖୋର୍ଦ୍ଧାର ବରୁଣେଇ ପାଦ ଦେଶରେ ଆୟୋଜିତ ଜନସଭାରେ ସେ ବୁଲେଇ ବଙ୍କେଇ ବିଜେଡି ସରକାରଙ୍କ ଉପରେ ବର୍ଷିଥିଲେ। ମାତ୍ର ଏହା ପରେ ଜାନୁଆରୀ ୫ରେ ମୋଦୀ ବାରିପଦା ଗସ୍ତ କରି ନୂତନ ବର୍ଷରେ ଓଡ଼ିଶାକୁ ୪୫୦୦ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେଇଥିଲେ। ମାତ୍ର ବାରିପଦାରେ ସେ ବିଜେଡି ପ୍ରତି ନମର ମନୋଭାବ ପୋଷଣ କରି କଂଗ୍ରେସ ଉପରେ ବର୍ଷିଥିଲେ। ଏବେ ଦେଖିବା ବାକି ରହିଲା ଯେ ମୋଦୀ ବଲାଙ୍ଗୀର ଗସ୍ତରେ ଆସି ବିଜେଡି ସରକାର ଉପରେ ବର୍ଷିବେ ନା ପୁଣି ଥରେ ନରମ ରହିବେ।

ପଢନ୍ତୁ; ‘ଆମ ଘରେ ଏଲ୍ଇଡି’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Related posts

ପ୍ରଧାନମନ୍ତ୍ରୀଙ୍କ ଉପରକୁ କେମିକାଲ୍‌ ଆଟାକ୍‌ର ଧମକ,ଅଭିଯୁକ୍ତ ମୁମ୍ବାଇରୁ ଗିରଫ

ENO Beuro

୨୦୧୯ ମାର୍ଚ୍ଚ ସୁଧା ସବୁ ଘରକୁ ବିଜୁଳି – ମୋଦୀଙ୍କ ସୌଭାଗ୍ୟ ଯୋଜନା

ENO Beuro

ସୁପ୍ରିମକୋର୍ଟରେ ୪ ନୂଅା ବିଚାରପତି ନିଯୁକ୍ତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More