News

ଜୁଲାଇ ୨୮ ଏବଂ ୨୯ ରେ ଲକ୍ଷ୍ନୌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ଓ ୨୯ ଜୁଲାଇରେ ଦୁଇ ଦିନିଆ ଲକ୍ଷ୍ନୌ ଗସ୍ତରେ ଯିବେ ।

ଜୁଲାଇ 28 ତାରିଖ ଦିନ “Transforming Urban Landscape” କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସହରୀ ବିକାଶ ପଦକ୍ଷେପ ଅନ୍ତର୍ଗତ ତିନୋଟି ପ୍ରମୁଖ ଯୋଜନାର ତୃତୀୟ ବାର୍ଷିକ ଅବସରରେ ଆୟୋଜିତ କରାଯାଉଛି । ଏଥି ମଧ୍ୟରେ ସହରୀ ବିକାଶ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର), ସହରାଂଚଳକୁ ନୂତନ ରୂପାନ୍ତରଣ କରିବା ପାଇଁ ଅଟଳ ମିଶନ (AMRUT) ଏବଂ ସ୍ମାର୍ଟ ସିଟି ମିଶନ ଯୋଜନାକୁ ସାମିଲ କରାଯାଇଛି।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସହରୀ ବିକାଶ ମିଶନ ଉପରେ ଆୟୋଜିତ ଏକ ପ୍ରଦର୍ଶନୀ ମଧ୍ୟ ପରିଦର୍ଶନ କରିବେ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରୁ ଆସିଥିବା ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାର 35 ଜଣ ହିତାଧୀକାରୀଙ୍କ ସହିତ ସାକ୍ଷାତ କରିବେ। ଏହି ଅବସରରେ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ବସବାସ କରୁଥିବା ଏହି ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ କନଫରେନସିଙ୍ଗ ଜରିଆରେ ଆଲୋଚନା କରିବେ।

ପ୍ରଧାମନ୍ତ୍ରୀ ଏହି ଅବସରରେ ସହରୀ ବିକାଶ ଯୋଜନା ଅଧୀନରେ ତ୍ତଉତ୍ତରପ୍ରଦେଶରେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ।

ରାଜ୍ୟରେ ପୁଂଜି ନିବେଶକୁ ଆକୃଷ୍ଟ କରିବା ଏବଂ ଔଦ୍ୟୋଗିକୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଫେବୃଆରୀ 2018ରେ ଉତ୍ତରପ୍ରଦେଶ ପୁଂଜି ନିବେଶ ସମ୍ମିଳନୀର ଆୟୋଜନ କରିଥିଲେ । ଏହାଦ୍ୱାରା ରାଜ୍ୟରେ ନୂତନ ପାରମ୍ପରିକ ଶକ୍ତି, ଭିତ୍ତିଭୂମି, ଶକ୍ତି, ସୂଚନା ଓ ପ୍ରଯୁକ୍ତି, ବୈଦ୍ୟୁତିକ ଉତ୍ପାଦନ, ପର୍ଯ୍ୟଟନ ଆଦି କ୍ଷେତ୍ରରେ 4.28ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଂଜି ନିବେଶ କରାଯାଇପାରିଛି।

ବିଗତ କିଛି ମାସ ମଧ୍ୟରେ ରାଜ୍ୟରେ ସହରୀ ବିକାଶ ସହିତ ଜଡିତ 81 ଟି ପ୍ରକଳ୍ପ ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ପ୍ରସ୍ତାବ ମିଳିଛି । ଜୁଲାଇ 29 ତାରିଖରେ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌଠାରେ ଏହି ପ୍ରକଳ୍ପଗୁଡିକ ପାଇଁ ହେବାକୁ ଥିବା ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଯୋଗଦେବେ ।

ଜୁଲାଇ ୨୮ ଏବଂ ୨୯ ରେ ଲକ୍ଷ୍ନୌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଜୁଲାଇ ୨୮ ଏବଂ ୨୯ ରେ ଲକ୍ଷ୍ନୌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ modi 1

ପଢନ୍ତୁ; ୬୦ ହଜାର ଚାଷୀଙ୍କୁ ମିଳିବ ସ୍ମାର୍ଟ ଫୋନ,ଓଡିଆ ଭାଷାରେ ପାଇବେ କୃଷି ସୂଚନା

Related posts

ମେ ୭ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ !

ENO Beuro

ଆମ ଗାଁ ଆମ ବିକାଶ:୧୨୩ ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୨୫.୪୦ କୋଟି

ENO Beuro

କେନ୍ଦ୍ର ସାହିତ୍ୟ ଏକାଡେମିର ନୂଆ ସଭାପତି ଭାବେ ନିର୍ବାଚିତ ହେଲେ ଚନ୍ଦ୍ରଶେଖର କମ୍ବର

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More