ଆସିବେ ମୋଦି,ରାହୁଲ
ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସେମ୍ବର ୨୪ ତାରିଖରେ ମୋଦି ଖୋର୍ଦ୍ଧା ଆସିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ପ୍ରଭାରୀ ଅରୁଣ ସିଂ ଗୁରୁବାର ସୂଚନା ଦେଇଛନ୍ତି। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ନେତୃବୃନ୍ଦଙ୍କ ଏକ ବୈଠକ ଅରୁଣ ସିଂଙ୍କ ଅଧ୍ୟକ୍ଷତାରେ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମୋଦି କିଛି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଶୁଣିବାକୁ ମିଳୁଥିଲେ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ। ସାଧାରଣ ନିର୍ବାଚନ ନିକଟତର ହୋଇଥିବାରୁ ମୋଦିଙ୍କ ଏହି ଗସ୍ତକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି।
ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନୂଆକରି ଓଡ଼ିଶା ଆସୁନାହାନ୍ତି। ଏହା ଭିତରେ ବହୁବାର ଆସିଛନ୍ତି। ଓଡ଼ିଶା ପାଇଁ ଭାଜପାର ଅବଦାନ କ’ଣ ସେକଥା ସମସ୍ତେ ଜାଣନ୍ତି। ମୋଦିଙ୍କ ଆସିବାରେ ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପାତ୍ର କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଚଳିତ ମାସ ଶେଷ ଆଡ଼କୁ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧି ଓଡ଼ଶା ଆସିବାର ନିର୍ଦ୍ଧିଷ୍ଟ ତାରିଖ ସ୍ପଷ୍ଟ ହୋଇନାହିଁ । କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ରାହୁଲ ୨୨,୨୩ କିମ୍ବା ୨୭,୨୮ରେ ଓଡ଼ିଶା ଆସିପାରନ୍ତି । ରାହୁଲଙ୍କ ଗସ୍ତ ସୂଚନା ପାଇବା ପରେ କଂଗ୍ରେସ ନେତା ଓ କର୍ମୀ ଉତ୍ସାହିତ ହୋଇପଡ଼ିଛନ୍ତି ।
ପଢନ୍ତୁ; ଜେଲରୁ ମୁକୁଳିଲେ ଅଭିଜିତ ଆୟାର