News

ଆଜି ବଲାଙ୍ଗୀର ଆସିବେ ମୋଦି,୧୦ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଲୋକର୍ପଣ

modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଲାଙ୍ଗୀର ଆସିବେ । ଏଥିପାଇଁ ବିଜେପି ଚଳଚଂଚଳ ହୋଇପଡ଼ିଥିବାବେଳେ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି । ରେଳ ଷ୍ଟେସନ ଠାରୁ ପଥରଚେପା ସଭାମଂଚ ଯାଏଁ ସବୁ କିଛି ଉତ୍ସବମୁଖର ହୋଇପଡ଼ିଛି । ଏମିତିକି ମୋଦି ରୋଡ଼ ଶୋ’ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ନିଜ ଗସ୍ତ କାଳରେ ୧୫୪୫ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ।

modi

ଝାରସୁଗୁଡା ମଲଟି ମୋଡାଲ ଲଜିଷ୍ଟିକ ପାର୍କକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ । ବରପାଲି –ଡୁଙ୍ଗୁରିପାଲି ଓ ବଲାଙ୍ଗୀର –ଦେଓଗାଁ ରେଳଲାଇନର ଦୋହରୀକରଣ , ବଲାଙ୍ଗୀର – ବିଛୁପାଲି ମଧ୍ୟରେ ରେଳ ଚଳାଚଳକୁ ସେ ଶୁଭାରମ୍ଭ କରିବେ । ଏକ ପାସପୋର୍ଟ କେନ୍ଦ୍ରର ଶୁଭାରମ୍ଭ କରିବା ନେଇ କାର୍ଯ୍ୟସୂଚୀ ରହିଥିବାବେଳେ ପ୍ରଥମେ ରେଳ ଷ୍ଟେସନ ନିକଟରେ ସରକାରୀ କାର୍ଯ୍ୟକ୍ରମ ଏବଂ ପରେ ବଲାଙ୍ଗୀରର ପଥରଚେପାରେ ଦଳୀୟ ସଭାକୁ ଉଦବୋଧନ ଦେବେ।

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି-“ନରେନ୍ଦ୍ର ମୋଦି ବିକାଶର ଚିନ୍ତାଧାରା ନେଇ ଆସୁଛନ୍ତି” । ମୋଦିଙ୍କ ବଲାଙ୍ଗିର ଗସ୍ତ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ୧୫୫୦କୋଟି ଟଙ୍କାର ଉପହାର ନେଇ ମୋଦି ଆସୁଛନ୍ତି ।

ପଢନ୍ତୁ; ଶ୍ଵାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ କିଛି ଆୟୁର୍ବେଦିକ ଉପଚାର!

Related posts

ମୋଦିଙ୍କୁ ଚୋର କହି ଫସିଲେ କଂଗ୍ରେସର ପୂର୍ବତନ ସାଂସଦ ଦିବ୍ୟା ସ୍ପନ୍ଦନା

ENO Beuro

ଆଜିଠୁ ବର୍ଷା ଆରମ୍ଭ,କାଲିଠୁ ଅବପାତ ରୂପ ନେବ ଲଘୁଚାପ

ENO Beuro

ବନ୍ଦର ଓ ଜାହାଜରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ନୂତନ ଦରମା ଚୁକ୍ତିନାମା

ENO Beuro

Leave a Comment