News

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

modi

ବାଜିବ ଭୋଟ ବିଗୁଲ,ଫୁଙ୍କିବେ ମନ୍ତ୍ର

୧୫ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମାସ କେଇଟା ପରେ ସାଧାରଣ ନିର୍ବାଚନ । ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱ ରଖୁଛି ବିଜେପି ପାଇଁ । ୩ଟି ରାଜ୍ୟରୁ ଶାସନ ଭାର ଯିବା ପରେ ଏବେ ପୂର୍ବଭାରତ ଉପରେ ବିଜେପିର ନଜର।

modi

ମୋଦିଙ୍କ ଗସ୍ତ ନେଇ ବିଜେପି ବେଶ ଉତ୍ସାହିତ ହୋଇପଡ଼ିଛି । ଦଳ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଅବକାଶରେ ମୋଦି ୧୫ ହଜାର କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଉଣେଇଶ ମହାସମର ପାଇଁ ସେ ବିଗୁଲ ଫୁଙ୍କିବା ସହ କର୍ମୀମାନଙ୍କୁ ବିଜୟ ମନ୍ତ୍ର ଦେବେ।

ସୂଚନାଯୋଗ୍ୟ,ପ୍ରଧାନମନ୍ତ୍ରୀ ଆଜି ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦରେ ଥିବା ଗୋଶାଳା ପଡ଼ିଆ ଏବଂ ଅରୁଗୁଳୁ ଆଇଆଇଟି କ୍ୟାମ୍ପସକୁ ଆସି ବିଭିନ୍ନ ଯୋଜନାର ଲୋକାର୍ପଣ କରିବା ସହ ସାଧାରଣ ସଭାରେ ଉଦବୋଧନ ଦେବେ । ୧୬ ନଂ ଜାତୀୟ ରାଜପଥର ଛଅ ଲାଇନ ବିଶିଷ୍ଟ ରାସ୍ତାକୁ ଲୋକାର୍ପିତ କରିବା ସହ ବ୍ରହ୍ମପୁର ଆଇଜରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

ପଢନ୍ତୁ; ଇଣ୍ଡୋନେସିଆ: ସୁନାମିରେ ଭାସିଗଲେ ୨୨୨,୮୦୦ରୁ ଅଧିକ ଲୋକ ଆହତ

Related posts

ଆବଣ୍ଟନର ସ୍ୱଚ୍ଛତା ପାଇଁ ରୋଷ୍ଟର ପ୍ରଣାଳୀର ଘୋଷଣା କଲେ : ଜଷ୍ଟିସ୍‌ ଦୀପକ ମିଶ୍ର

ENO Beuro

ଅମିତ ଶାହଙ୍କୁ ସ୍ୱାଇନ୍‌ ଫ୍ଲୁ,୧୮ ତାରିଖ କଟକ ସମାବେଶ ସ୍ଥଗିତ

ENO Beuro

ଜମ୍ମୁ-କଶ୍ମୀରର ଅଗରତାଲାରେ ପ୍ରତିଷ୍ଠା ହେବ ମହାକାଶ ଗବେଷଣା ପ୍ରଯୁକ୍ତ କେନ୍ଦ୍ର

ENO Beuro

Leave a Comment