EnewsOdia.Com

ସ୍ୱତନ୍ତ୍ର ଚଷମା ପିନ୍ଧି ସୂର୍ଯ୍ୟୋପରାଗ ଦେଖିଲେ ମୋଦି

ଗୁରୁବାର ୨୦୧୯ର ଶେଷ ସୂର୍ଯ୍ୟପରାଗ ସଂଗଠିତ ହୋଇଥିଲା। ଏହି ମହାଜାଗତିକ ଦୃଶ୍ୟକୁ ଦେଖିବା ଲାଗି ଦେଶବ୍ୟାପୀ ପ୍ଲାନେଟାରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ଜନସାଧାରଣ ପ୍ଲାନେଟାରିୟମ ଆସି ଏହି ଦଶ୍ୟକୁ ଉପଭୋଗ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ସୂର୍ଯ୍ୟପରାଗ ଦେଖିବାକୁ ବେଶ୍‌ ଉତ୍ସାହିତ ଥିଲେ। ଏହି ମହାଜାଗତିକ ଦୃଶ୍ୟକୁ ମଧ୍ୟ ସ୍ୱତନ୍ତ୍ର ଚଷମା ପିନ୍ଧି ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂର୍ଯ୍ୟୋଗ୍ରହଣ ଦେଖୁଥିବା ସମୟର ଫଟୋ ମଧ୍ୟ ଟ୍ୱିଟ୍ କରି ସେୟାର କରିଥିଲେ ମୋଦି । ଆଉ ମୋଦିଙ୍କ ଏହି ଟ୍ୱିଟରେ ଅନେକ ଲୋକ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଏପରିକି କିଛି ୟୁଜର୍ସ ମୋଦି ପିନ୍ଧିଥିବା ଚଷମାକୁ ନେଇ ସମାଲୋଚନା କରିଛନ୍ତି ।

ମୋଦି ପିନ୍ଧିଥିବା ଚଷମାର ଦାମ୍ ଦେଢ ଲକ୍ଷ ଟଙ୍କା ବୋଲି ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । କିଛି ଲୋକ କହିଛନ୍ତି, ମୋଦି ପିନ୍ଧିଥିବା ଟଷମାଟି ହେଉଛି ଜର୍ମାନୀର । ଆଉ ଏହାର ଦାମ୍ ହେଉଛି ଦେଢ ଲକ୍ଷ ଟଙ୍କା । ଏପରିକି ଜଣେ ବ୍ୟକ୍ତି ଉକ୍ତ ଚଷମାର ସମ୍ପୃକ୍ତ ବିବରଣୀ ମଧ୍ୟ ଟ୍ୱିଟ୍ କରିଛନ୍ତି । ଆଉ ଏହା ପରେ ମୋଦିଙ୍କ ଚଷମାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା ।

ସୂଚନା ଅନୁଯାୟୀ, ଆଜି ବିରଳ ସୂର୍ଯ୍ୟୋପରାଗ ଦେଖିସାରିବା ପରେ ମୋଦି ନିଜ ଫଟୋକୁ ଟ୍ୱିଟର ପେଜରେ ସେୟାର କରିଥିଲେ । ଆଉ କ୍ୟାପସନରେ ଲେଖିଥିଲେ, ଅନେକ ଭାରତୀୟଙ୍କ ପରି ସେ ମଧ୍ୟ ସୂର୍ଯ୍ୟୋପରାଗ ଦେଖିବାକୁ ଅତ୍ୟନ୍ତ ଉତ୍ସାହିତ ଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ ଘନ ବାଦଲ କାରଣରୁ ସୂର୍ଯ୍ୟୋପରାଗ ଭଲ ଭାବେ ଦୃଶ୍ୟମାନ ହେଲାନାହିଁ । କିନ୍ତୁ ସ୍ୱତନ୍ତ୍ର ଚଷମାରେ ସୂର୍ଯ୍ୟୋପରାଗର କିଛି ଝଲକ ଦେଖିପାରିଲେ ବୋଲି କହିଛନ୍ତି ମୋଦି । ବିଶେଷଜ୍ଞଙ୍କ ସହ କଥା ହୋଇ ଏବାବଦରେ ଅଧିକ ଜ୍ଞାନ ଆହରଣ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ପଢନ୍ତୁ: ସାରା ରାଜ୍ୟରେ କୋହଲା ପାଗ

ସମ୍ବନ୍ଧିତ ଖବର

ପୁଣି ଇରାକରେ ଥିବା ଆମେରିକା ସେନାକ୍ୟାମ୍ପ ଉପରେ ଇରାନର ରକେଟ୍ ମାଡ

Ratnamani Maharana

ଡେଥ୍‌ ଓ୍ୱାରେଣ୍ଟ ଉପରେ ରୋକ୍‌ ଲଗାଇବା ପାଇଁ ମନା କଲେ ପଟିଆଲା ହାଉସ କୋର୍ଟ

Ratnamani Maharana

ଉନ୍ନାଓ ବଳାତ୍କାର ମାମଲାରେ କୁଲଦୀପ ସିନେଗାରଙ୍କୁ ଆଜୀବନ କାରାଦଣ୍ଡ

Ratnamani Maharana

କୁଆପଥର ପଡ଼ି କାଚ ଫାଟି ଯିବାରୁ ଜରୁରୀ ଅବତରଣ କଲା ଏୟାର୍‌ ଏସିଆ ବିମାନ

Ratnamani Maharana

ମାର୍ଚ୍ଚ ୩, ସକାଳ ୬ରେ ଫାଶୀରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମକାରୀ

Ratnamani Maharana

କରୋନା ପୀଡ଼ିତଙ୍କୁ ବାକ୍ସ ଭିତରେ ଭର୍ତ୍ତି କରି ନେଉଛି ଚୀନ

Ratnamani Maharana