News

ପ୍ରଧାନମନ୍ତ୍ରୀ ହେଲେ ଚମ୍ପିୟନ ଅଫ୍‌ ଦି ଆର୍ଥ

m

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୁକ୍ତରାଷ୍ଟ୍ରର ସବୁଠାରୁ ସର୍ବୋଚ୍ଚ ସମ୍ମାନ ‘ଚାମ୍ପିୟନ୍ସ ଅଫ ଦ ଅର୍ଥ’ସମ୍ମାନ ମିଳିଛି । ଏହି ସମ୍ମାନ ତାଙ୍କୁ ପଲିସି ଲିଡରସିପ୍ କାଟାଗୋରୀରେ ପ୍ରଦାନ କରାଯାଇଛି । ପିଏମ୍ ମୋଦିଙ୍କ ବ୍ୟତୀତ ଏହି ସମ୍ମାନ ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଅଲ ମେଙ୍କ୍ରୋଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଉଭୟଙ୍କୁ ଏହି ସମ୍ମାନ ଇଣ୍ଟରନ୍ୟାସନାଲ ସୋଲାର ଆଲାୟନ୍ସ ଓ ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରଦାନ କରାଯାଉଛି।

୨୦୨୨ ସୁଦ୍ଧା ଭାରତରୁ ମାତ୍ର ଗୋଟିଏ ଥର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌କୁ ସଂପୂର୍ଣ୍ଣ ଭାବେ ହଟାଇବା ପାଇଁ ମୋଦି ଯେଉଁ ସଂକଳ୍ପ ନେଇଛନ୍ତି, ସେଥିପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

m

ପଲିସି ଲିଡରସିପ୍ କ୍ୟାଟେଗୋରୀ’ରେ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ଏହି ବର୍ଗରେ ମୋଦିଙ୍କ ସହିତ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍‌ରୋନ୍‌ଙ୍କୁ ସମ୍ମାନିତ କରାଯାଇଛି। ମୋଦି ଓ ଇମ୍ମାନୁଏଲଙ୍କ ସମେତ ପରିବେଶ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରୁଥିବା ମୋଟ ୬ ଜଣଙ୍କୁ ଚାମ୍ପିଅନ୍ସ ଅଫ୍ ଦ ଆର୍ଥ ଆୱାର୍ଡ’ ପ୍ରଦାନ କରାଯାଇଛି ବୋଲି ଗତକାଲି ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି।

ପଢନ୍ତୁ; ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌,ହତ୍ୟା ଧମକ

Related posts

ଅହେତୁକ ତୈଳ ଦର ବୃଦ୍ଧିର ତୀବ୍ର ପ୍ରତିବାଦରେ ବିଜେଡ଼ିର ୫ ଘଂଟିଆ ହରତାଳ

ENO Beuro

ମିସ୍ ଫିଲିପାଇନ୍ସ ହେଲେ ମିସ୍ ୟୁନିଭର୍ସ

ENO Beuro

ଅବଦୁଲ କାଲାମ ଦ୍ୱୀପରୁ ସ୍ୱଳ୍ପଦୂରଗାମୀ ବାଲାଷ୍ଟିକ ମିଶାଇଲ ଅଗ୍ନୀ-୧ର ସଫଳ ପରୀକ୍ଷଣ

ENO Beuro

Leave a Comment