February 21, 2019

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଲିଙ୍ଗରାଜ ମନ୍ଦିର ଫଟୋ,ସୋସିଆଲ୍‌ ମିଡିଆରେ ସର୍ବାଧିକ ଲୋକପ୍ରିୟ ଫଟୋ!

ଓଡିଶାର ଐତିହାସିକ ତଥା ଅନନ୍ୟ ଭାସ୍କର୍ୟ୍ୟ ଓ ଐତିହର ନିଦର୍ଶନ ଲିଙ୍ଗରାଜ ମନ୍ଦିରରେ ଦର୍ଶନ ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫଟୋ ୨୦୧୭ରେ ଯେ କୌଣସି ନେତାଙ୍କ ଦ୍ଵାରା ସେୟାର କରାଯାଇଥିବା ସବୁଠାରୁ ଲୋକପ୍ରିୟ ଫଟୋ ବିବେଚିତ ହୋଇଛି।

ପିଏମଓ’ର ଟ୍ଵିଟ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ,୨୦୧୭ ଏପ୍ରିଲ୍‌ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିଲେ। ଏହି ଅବସରରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଯିବା ସମୟରେ ମନ୍ଦିର ପରିସରରେ ଏକ ଫଟୋ ଉଠାଇଥିଲେ। ଏହି ଫଟୋକୁ ପିଏମ୍‌ଓ ଇଣ୍ଡିଆ ଟ୍ଵିଟର୍‌ରେ ପୋଷ୍ଟ କରାଯିବା ସହ ଏଥିରେ ପ୍ରଧାନମନ୍ତ୍ରୀ ଲେଖିଥିଲେ, ‘ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିରରେ ପ୍ରାର୍ଥନା କଲି। ମନ୍ଦିରର ଚମତ୍କାର କାରୁକାର୍ଯ୍ୟ ମନ ଭିତରେ ଏକ ଅଲିଭା ଛାପ ଛାଡ଼ିଦେଲା।’ ପିଏମ୍‌ଓ ଇଣ୍ଡିଆ ଟ୍ଵିଟର୍‌ର ଏହି ଫଟୋଟି ୨୦୧୭ରେ କୌଣସି ରାଜନୈତିକ ନେତାଙ୍କ ଦ୍ୱାରା ସୋସିଆଲ୍‌ ମିଡିଆରେ ପୋଷ୍ଟ ହୋଇଥିବା ଫଟୋ ମଧ୍ୟରେ ‘ସର୍ବାଧିକ ଲୋକପ୍ରିୟ ଫଟୋ’ର ମାନ୍ୟତା ପାଇଥିବା ନେଇ ସୂଚନା ମିଳିଛି।

ପଢନ୍ତୁ; ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଗୋଲାପ ପାଖୁଡା! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More