ଯାତ୍ରା ଅଭିନେତ୍ରୀ ନିଶା ଅଳ୍ପ ସମୟ କଲେ ଷ୍ଟେଜ୍ ସୋ, ତାତିଲେ ଲୋକ
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
Loading...
ପରୀକ୍ଷା ପେ ଚର୍ଚ୍ଚା ମୋର ବହୁତ ପ୍ରିୟ କାର୍ଯ୍ୟକ୍ରମ । ଆଜିର ଦିନ ଖୁସିର ଦିନ । ପର୍ବ ପର୍ବାଣୀ ମଧ୍ୟରେ ପରୀକ୍ଷା ବି ହୋଇଥାଏ । ଏଥିପାଇଁ ପର୍ବର ମଜା ଅନେକ ଉଠାଇ ପାରିନଥାନ୍ତି ।
ପରୀକ୍ଷା ପେ ଚର୍ଚ୍ଚା ମୋର ବହୁତ ପ୍ରିୟ କାର୍ଯ୍ୟକ୍ରମ । ଆଜିର ଦିନ ଖୁସିର ଦିନ । ପର୍ବ ପର୍ବାଣୀ ମଧ୍ୟରେ ପରୀକ୍ଷା ବି ହୋଇଥାଏ । ଏଥିପାଇଁ ପର୍ବର ମଜା ଅନେକ ଉଠାଇ ପାରିନଥାନ୍ତି । କିନ୍ତୁ ଯଦି ପରୀକ୍ଷାକୁ ଆମେ ପର୍ବ ଭଳି ଭାବିବେ ତେବେ ଏଥିରେ ରଙ୍ଗ ଭରିଯିବ ବୋଲି ପରୀକ୍ଷା ପେ ଚର୍ଚ୍ଚାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମୋଦୀ ଶୁକ୍ରବାର ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ବାବଦରେ ଆଲୋଚନା କରିଛନ୍ତି । ଏହାସହ କିପରି ଚାପମୁକ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ସେନେଇ ମଧ୍ୟ ଆଲୋକପାତ କରିଛନ୍ତି । ମୋଦୀ କହିଛନ୍ତି ଯେ, ସମସ୍ତଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜରୁରୀ । ନିଜେ ହିଁ କେତେବେଳେ ପାଠ ପଢି ହେବ ସେନେଇ ଅନୁଶୀଳନ କରିବା ଜରୁରୀ । ଏହାସହ ପରୀକ୍ଷାକୁ ହିଁ ଏକଦା ଚିଠି ଲେଖି ଦେବା ଦରକାର ବୋଲି ମୋଦୀ ମଜାଳିଆ ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ କହିଥିଲେ । ସେ ଆହୁରି କହିଥିଲେ ଯେ, ଜୀବନରେ ଖେଳ ଜରୁରୀ । ଖେଳ ବିନା ଆଗକୁ ବଢିବା ଅସମ୍ଭବ । ବହିରେ ଯାହା ପଡିଥାଉ ତାହା ପଡିଆରୁ ହିଁ ଶିଖିବାକୁ ପଡିଥାଏ । କିନ୍ତୁ ଅନୱାଇନ ଗେମରୁ ଦୂରେଇବାକୁ ହେବ । ଏକାଗ୍ର ଚିତ୍ତରେ ପଢିବା ଦ୍ୱାରା ମୋବାଇଲ ଗେମଠୁ ଦୂରତା ରକ୍ଷା କରିହେବ । ଏପରି ଭାବେ କିପରି ପରୀକ୍ଷା ଚାପରୁ ମୁକ୍ତି ମିଳିବ ସେନେଇ ମଧ୍ୟ ମୋଦୀ ଅନେକ ପରାମର୍ଶ ଦେଇଥିଲେ । ଏହାସହ ଶେଷରେ ସେ ଛାତ୍ରଛାତ୍ରୀଙ୍କ ଗହଣରେ କିଛି ସମୟ ବିତାଇଥିଲେ ଓ କଥା ହୋଇଥିଲେ ।
ସୂଚନାୟୋଗ୍ୟ, କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । କରୋନା ପରେ ସ୍କୁଲ ଖୋଲିବା ଏକ ବହୁତ ବଡ ଉପଲବ୍ଧି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତକାଲି କିଶୋରନଗର ବରପଡ଼ିଆରେ ଓଡ଼ିଶା ସମ୍ରାଟର ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଲୋକଙ୍କ ଖଚାଖଚ ଭିଡ଼ ଜମିଥିଲା।
ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି।