SPORTS

ମୋଡ୍ରିକଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

କ୍ରିଷ୍ଟିଆନୋ ରୋନାଲ୍ଡୋ, ଲିଓନେଲ ମେସିଙ୍କୁ ପଛରେ ପକାଇ ମୋଡ୍ରିକ  ଚଳିତ ବର୍ଷ ଫିଫା ପକ୍ଷରୁ ଶ୍ରେଷ୍ଠ ଫୁଟ୍‌ବଲ୍‌ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ଏଥର ମୋଡ୍ରିକଙ୍କୁ ଏହି ସମ୍ମାନ ମିଳିବା ଫଳରେ ବିଗତ ଦଶ ବର୍ଷ ଧରି ଏହି ପୁରସ୍କାର ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରିଆସୁଥିବା ଲିଓନେଲ ମେସି (ଆର୍ଜେଣ୍ଟିନା) ଓ କ୍ରିଷ୍ଟିଆନୋ ରୋନାଲଡୋ (ପର୍ତ୍ତୁଗାଲ) ଯୁଗର ଅବସାନ ଘଟିଛି। ୨୦୦୮ରୁ ୨୦୧୭ ପର୍ଯ୍ୟନ୍ତ ମେସି ଓ ରୋନାଲଡୋ ପାଞ୍ଚଥର ଲେଖାଏଁ ଏହି ପୁରସ୍କାର ଜିତିଛନ୍ତି।

ଗତ ମାର୍ଚ୍ଚରେ ମୋଡ୍ରିକ୍‌ କ୍ୟାରିୟରର ୩ୟଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ହାସଲ କରିଥିଲେ। ସେହିଭଳି କ୍ରୋଏସିଆକୁ ପ୍ରଥମଥର ଲାଗି ଫୁଟ୍‌ବଲର ମହାକୁମ୍ଭ ଫିଫା ବିଶ୍ୱକପ୍‌ ଫାଇନାଲରେ ପହଞ୍ଚାଇବାରେ ତାଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ବହୁତ ଲୋକ ମୋତେ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ମୋଡ୍ରିକ୍‌ ଧନ୍ୟବାଦ୍‌ ଜଣାଇଛନ୍ତି।

modric ମୋଡ୍ରିକ ମୋଡ୍ରିକଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର modric marta

ଗତ ବିଶ୍ଵ କପରେ ଇଂଲଣ୍ଡକୁ ସେମିଫାଇନାଲରେ ୨-୧ ଗୋଲରେ ହରାଇ ଫାଇନାଲ୍ ପହଞ୍ଚିଥିଲା କ୍ରୋଏସିଆ। ତେବେ ଫ୍ରାନ୍ସଠାରୁ ୪-୨ରେ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା ଦଳ । ପୂରା ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଥିଲା କ୍ରୋଏସିଆ। ଏହା ପଛରେ ଲୋକା ମୋଦ୍ରିକଙ୍କ ଅବଦାନ ଢରେ ଅଧିକ ଥିଲା । ୪ ର୍ବଷ ଇଂଲଣ୍ଡରେ କ୍ଲବ ଫୁଟବଲ ଖେଳିଥିଲେ।

୨୦୧୨ ସ୍ପାନିସ କ୍ଲବ୍ ରିଅଲ୍ ମାଦ୍ରିଦରେ ସାମିଲ ହୋଇଥିଲେ । ଲୁକା ମୋଦ୍ରିଚଙ୍କ ନେତୃତ୍ୱରେ ଗତ ସିଜିନରେ ତୃତୀୟ ଥର ଚାମ୍ପିଅନ୍ସ ଲିଗ୍ ଫୁଟବଲ୍ ଟାଇଟଲ ହାତେଇଥିଲା ରିଅଲ୍ ମାଦ୍ରିଦ୍। ଦଶ ବର୍ଷ ହେବ ଫିଫା ଇୟର ଅଫ୍ ଦି ଆଓ୍ବାର୍ଡ ପାଇଁ ଆସୁଥିଲେ ମେସି ଓ ରୋନାଲଡୋ । ୨୦୦୭ରେ ଶେଷ ଥର ପାଇଁ କାକାଙ୍କୁ ଏହି ପୁରସ୍କାର ମିଳିଥିଲା।

ପଢନ୍ତୁ; ଅଭିନେତା ଦଲିପ୍‌ ତାହିଲଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

Related posts

ଦ୍ଵିତୀୟ ଟି-୨୦ରେ ୧୪୩ ରନରେ ଆୟରଲାଣ୍ଡକୁ ହରାଇଲା ଭାରତ

Krishna Kumar Manoj

ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ

Krishna Kumar Manoj

ଶୋଚନୀୟ ପରାଜୟ; ଭାରତ ୧୩୫ ରନରେ ପରାସ୍ତ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More