SPORTS

ମାତ୍ର ୨୭ ବର୍ଷ ବୟସରେ କ୍ରିକେଟ୍ ରୁ ସନ୍ନ୍ୟାସ ନେଲେ ପାକିସ୍ତାନୀ କ୍ରିକେଟର

Untitled 1

ପାକିସ୍ତାନ କ୍ରିକେଟ୍ ଟିମର ସବୁଠାରୁ ଅନୁଭବୀ ତଥା ଦ୍ରୁତ ବୋଲର୍ ମହମ୍ମଦ୍ ଆମିର ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେଇଥିବା କଥା ଘୋଷଣା କରିଛନ୍ତି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏକ ବିଜ୍ଞପ୍ତି ଜାରୀ କରି କହିଛି ଯେ ଆମିର୍ ତକ୍ରାଳ ପ୍ରଭାବ କାରଣରୁ ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ  ନେଇଛନ୍ତି । ତେବେ ସେ ନିଜ ରାଷ୍ଟ୍ରୀୟ ଟିମ୍ ସହ ସୀମିତ ଓଭରର କ୍ରିକେଟ୍ ଖେଳିବା ଜାରୀ ରଖିବେ । ୨୭ ବର୍ଷୀୟ ଏହି ବୋଲର୍ ନିକଟରେ ଆଇସିସି ବିଶ୍ୱକପ୍ ରେ ଚମତ୍କାର ପ୍ରଦର୍ଶନ କରି ସବୁଠାରୁ ଅଧିକ ୱିକେଟ୍ ନେଇଥିବା ସପ୍ତମ ବୋଲର୍ ହୋଇଥିଲେ ।

୨୦୦୯ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟ୍ ମ୍ୟାଚ ଖେଳି ସେ କ୍ରିକେଟରେ ପାଦ ରଖିଥିଲେ । ପାକିସ୍ତାନ  କ୍ରିକେଟ୍ ଟିମ୍ ତରଫରୁ ସେ ମୋଟ ୩୬ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ ନିଜ ଶେଷ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୨୦୧୯ ରେ ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳିଥିଲେ ।

Aa Cover 2bkgbi7chbqksglka132it2kn4 20190726155415.medi
Aa Cover 2bkgbi7chbqksglka132it2kn4 20190726155415.medi

ଅବସରକୁ ନେଇ ସେ କହିଛନ୍ତି , “ପାକ୍ ର ପ୍ରତିନିଧିତ୍ୱ କରିବା ଏକ ସମ୍ମାନର କଥା । କିନ୍ତୁ ମୁଁ ଏବେ ଏହି ଲମ୍ବା ସଂସ୍କରଣରୁ ଦୂରକୁ ଯାଇ ଲିମିଟେଡ୍ ଓଭର୍ କ୍ରିକେଟ୍ ରେ ଧ୍ୟାନ ଦେବାକୁ ଚାହେଁ ତେଣୁ ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଉଚିତ୍ ବୋଲି ମନେକଲି ।” ପାକିସ୍ତାନ ପାଇଁ କ୍ରିକେଟ୍ ଖେଳିବା ମୋର ଏକମାତ୍ର ଉଦ୍ଦେଶ୍ୟ । ଚଳିତବର୍ଷ ଆମର କିଛି ତୃଟି ଯୋଗୁଁ ବିଶ୍ୱକପ୍ ରେ ଆଗକୁ ଯାଇପାରିଲୁ ନାହିଁ କିନ୍ତୁ ଆଗାମୀ ବର୍ଷ କିଭଳି ଭାବେ ବିଶ୍ୱକପ୍ ରେ ଭଲ ପ୍ରଦର୍ଶନ କରିବୁ ଏନେଇ ମୁଁ କଠୋର ପରିଶ୍ରମ କରିବି ।

ପଢନ୍ତୁ: ଲଗାଣ ବର୍ଷାରେ ବେହାଲ୍‌ ମୁମ୍ବାଇ

Related posts

ଭାରତୀୟ ହକିର ଉଦୀୟମାନ ତାରକା ଦୀପସାନ ତିର୍କି ଙ୍କୁ ସମ୍ମାନୀୟ ଏକଲବ୍ୟ ପୁରସ୍କାର

ENO Beuro

Odisha Weightlifters Sneha & Jhilli Selected For Championships In Australia

ENO Beuro

ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ:ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ ପଦକ

ENO Beuro

Leave a Comment