SPORTS

କ୍ରିକେଟର ମୋହମ୍ମଦ ସାମିଙ୍କ ଜୀବନରେ ଝଡ଼ ,ପତ୍ନୀ ହସୀନ ଲଗାଇଲେ ସଙ୍ଗୀନ ଅଭିଯୋଗ

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମୋହମ୍ମଦ ସାମିଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ଆସିଛି। ତାଙ୍କର ପତ୍ନୀ ହାସିନ ଜହାଁ ତାଙ୍କ ଉପରେ ଗୁରୁତର ଦୋଷ ଲଦିଛନ୍ତି। ହସିନ ଜହାଁ ଏକ ଫେସ୍‌ବୁକ୍‌ ପେଜ୍‌ରେ ଅଭିଯୋଗ ସମ୍ପର୍କୀତ ଏକ ପୋଷ୍ଟ ମଧ୍ୟ କରିଛନ୍ତି, ଯେଉଁଥିରେ କି ହ୍ଵାଟସ୍‌ଅପ୍‌ର ଏକ ସ୍କ୍ରିନ୍‌ ସର୍ଟ ସେୟାର କରିଛନ୍ତି। ଏହି ସ୍କ୍ରିନ୍‌ ସର୍ଟ ଅନ୍ୟ ଏକ ଝିଅଙ୍କ ସହିତ ହୋଇଥିବା ଚାର୍ଟ ବୋଲି ଆଲୋଚନା ହେଉଛି।

ସାମି ଅନ୍ୟ ଯୁବତୀଙ୍କ ସହ ସୋସିଆଲ ମିଡିଆରେ ଅନ୍ତରଙ୍ଗ କଥା ହୋଇଛନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ହାସିନଙ୍କ ଅଭିଯୋଗ ଅନୁସାରେ ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ସାମି ତାଙ୍କୁ ପିଟାମରା କରିଥିଲେ। ନିଜର ଭୁଲ ସୁଧାରିବା ପାଇଁ ଶାମିଙ୍କୁ ବହୁତ ସମୟ ଦେଇଛି ଏବଂ ନିଜକୁ ଶାନ୍ତ କରିବା ପାଇଁ ବହୁତ ପ୍ରୟାସ କରିଛି। ମାତ୍ର ଶାମି କହୁଥିଲେ ଯେ ନିଜର ଯଦି ଭଲ ଚାହୁଁଛ ତେବେ ଚୁପ୍ ରୁହ।

ଅନ୍ୟପକ୍ଷରେ ନିଜ ଉପରେ ଲଗାଯାଇଥିବା ଅଭିଯୋଗ ନେଇ ସାମି ଟୁଇଟ୍‌ରେ ସ୍ପଷ୍ଟ କରିଛନ୍ତି। ମୋହମ୍ମଦ ସାମି ଟୁଇଟର୍‌ରେ ଲେଖିଛନ୍ତି, ମୁଁ ମୋ. ସାମି। ଆମର ବ୍ୟକ୍ତିଗତ ଜୀବନ ନେଇ ଯେତେ ଖବର ବାହାରୁଛି, ସବୁ ମିଛ। ଆମ ବିରୋଧରେ ଷଡ଼ଯନ୍ତ୍ର ଅଥବା ମୋତେ ବଦନାମ କରିବାକୁ ଉଦ୍ୟମ ହେଉଛି। ମୋର ଖେଳକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି।

ପଢନ୍ତୁ;

୮୫ବର୍ଷ ବୟସରେ ଅଜୟ ଦେବଗନ୍‌ଙ୍କ ଫିଲ୍ମରେ ଡେବ୍ୟୁ କରିବେ ଏହି ବୃଦ୍ଧା

Related posts

ଭୁବନେଶ୍ୱର ହକି ବିଶ୍ୱକପ୍‌ରେ ଅତିଥିଙ୍କୁ ବଣ୍ଟାହେବ ମଦ

ENO Beuro

ଫିକ୍ସିଂ ମାମଲାରେ ସାମିଙ୍କୁ କ୍ଲିନ୍‍ ଚିଟ୍‍

ENO Beuro

Odisha Weightlifters Sneha & Jhilli Selected For Championships In Australia

ENO Beuro

2 comments

Leave a Comment