ପରଲୋକରେ ମହମ୍ମଦ ଅଜିଜ୍‌ ,ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

mohamad

ବରିଷ୍ଠ ଗାୟକ ମହମ୍ମଦ ଅଜିଜଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ମୁମ୍ବାଇ ନାନାବତୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୧୯୫୪ ମସିହା ଜୁଲାଇ ୨ ତାରିଖରେ ମହମ୍ମଦ ଜନ୍ମ ଗ୍ରହଣ କରିଥିଲେ। ସେ ବଲିଉଡରେ ଜଣେ ବରିଷ୍ଠ ଗାୟକ। ସେ ହିନ୍ଦୀ ଛଡା ଓଡ଼ିଆ ଏବଂ ବଙ୍ଗାଳି ଗୀତ ମଧ୍ୟ ଗାଇଛନ୍ତି। ସେ ବିଭିନ୍ନ ଭାଷାରେ ପାଖାପାଖି ୨୦ ହଜାର ଗୀତ ଗାଇଛନ୍ତି। ଟ’ଛଡା ୧୦୦ ରୁ ଅଧିକ ଭଜନ ମଧ୍ୟ ଗାଇଛନ୍ତି।

ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ମର୍ଦରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଅଜିଜ୍ ବହୁ ଫିଲ୍ମରେ ହିଟ ଗୀତ ଗାଇଛନ୍ତି। ମହମ୍ମଦ ବଞ୍ଜାରନ, ଆଦମୀ ଖିଲୋନା ହେ, ପାପୀ ଦେବତା, ପଥର କେ ଇଂସାନ ଓ ବିବି ହୋ ତୋ ଏସି ଭଳି ଅନେକ ଫିଲ୍ମରେ ଗୀତ ଗାଇଛନ୍ତି।

mohamad

‘ତୁ ମୋର ସ୍ୱପ୍ନର ସୁନେଲୀ ସନ୍ଧ୍ୟା’, ‘କଟି କଟି ରେ’, ‘ରୂପା ଶଗଡ଼ିରେ’, ‘ରାଜହଂସୀ ଚାଲି ଦେଖି’, ‘ତୋ ମଥାରେ ଟିକିଲି ଭଲ ଲାଗୁନି’, ‘ଧିରେ ଧିରେ ଚାଲ ଗୋରୀ’ ଭଳି ଅନେକ ସୁପରହିଟ ଓଡ଼ିଆ ଫିଲ୍ମ ଏବଂ ଆଲବମ୍‌ରେ ଗୀତ ଗାଇଛନ୍ତି।

ଦୀର୍ଘ ଦୁଇ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ ଛାଇ ରହିଥିବା ଅଜିଜ ତାଙ୍କର ସଙ୍ଗୀତ ଜୀବନ ବଙ୍ଗଳା ସିନେମା ‘ଜ୍ୟୋତି’ରୁ ଆରମ୍ଭ କରିଥିଲେ। ତେବେ ୧୯୮୪ରେ ନିର୍ମିତ ‘ଅମ୍ବର’ ଥିଲା ତାଙ୍କର ପ୍ରଥମ ହିନ୍ଦୀ ସିନେମା। ଅମିତାଭ ବଚ୍ଚନଙ୍କ ଦ୍ବାରା ଅଭିନିତ ସିନେମା ‘ମର୍ଦ’ରେ ଗୀତ ଗାଇବା ଲାଗି ତାଙ୍କୁ ସୁଯୋଗ ଦେଇଥିଲେ ସଙ୍ଗୀତ ନିର୍ଦେଶକ ଅନୁ ମଲିକ। ଏହି ସିନେମାର ଅଜିଜ ଗାଇଥିବା ଗୀତଗୁଡ଼ିକ ହିଟ୍ ହୋଇଥିଲା।

ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ, ଆନନ୍ଦଜୀ-କଲ୍ୟାଣଜୀ, ଆର୍‌ଡି ବର୍ମନ, ନୌସାଦ, ଓପି ନୟାର ଏବଂ ବପ୍ପି ଲହରୀଙ୍କ ଭଳି ବିଶିଷ୍ଟ ସଙ୍ଗୀତ ନିର୍ଦେଶକଙ୍କ ନିର୍ଦେଶନାରେ ଅଜିଜ ସଙ୍ଗୀତ ଜଗତକୁ ଅନେକ ହିଟ୍ ଗୀତ ଦେଇଯାଇଛନ୍ତି। ଯାହା ଏବେ ବି ଅବିସ୍ମରଣୀୟ ହୋଇରହିଛି। ଆଶା ଭୋସଲେ, ଅନୁରାଧା ପୌଡ଼ୱାଲ ଏବଂ କବିତା କ୍ରିଷ୍ଣାମୂର୍ତିଙ୍କ ସହିତ ତାଙ୍କର ଡୁଏଟ ଗୀତ ସେତେବେଳେ ଲୋକପ୍ରିୟତାର ଶୀର୍ଷ ଛୁଇଁଥିଲା। ତାଙ୍କର ଲୋକପ୍ରିୟ ଗୀତମାନଙ୍କ ମଧ୍ୟରେ ରହିଛି ‘ମାଇ ନେମ୍ ଇଜ୍ ଲକ୍ଷନ୍’, ‘ଲାଲ ଦୁପଟ୍ଟା ମଲମଲକା’, ‘ଆପ୍‌କେ ଆଜା ନେ ସେ’, ‘ମେଁ ତେରି ମହବତ୍‌ ମେଁ’ ଏବଂ ‘ଦିଲ ଲେଗଇ ତେରି ବିନ୍ଦିଆ’।

ପଢନ୍ତୁ; ନବୀନ ଓଡ଼ିଶାର ଦକ୍ଷ ଗୋଲକିପର:ଶାହାରୁଖ ଖାନ୍

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More