ପଞ୍ଜାବ ନେସ୍ନାଲ୍ ବ୍ୟାଙ୍କ୍ ଠକେଇ ମାମଲାରେ ଫେରାର ଅଭିଯୁକ୍ତ ମେହୁଲ ଚୋକ୍ସି ଆଣ୍ଟିଗୁଆ ସରକାରଙ୍କ ଠାରେ ତାଙ୍କ ପାସ୍ପୋର୍ଟ ସମର୍ପଣ କରି ଭାରତୀୟ ନାଗରିକତ୍ୱ ତ୍ୟାଗ କରିଛନ୍ତି। ଏହାର ଅର୍ଥ ଏହାକି ମେହୁଲଙ୍କୁ ଏବେ ଭାରତ ପ୍ରତ୍ୟାବର୍ତନ କରେଇବା ପ୍ରଧାନମନ୍ତ୍ରୀଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡିବ । ଚୋକସୀ ନିଜର ପାସପୋର୍ଟ ନମ୍ବର ଜେଡ ୩୩୯୬୭୩୨କୁ କ୍ୟାନସଲଡ ବୁକସ ସହ ଜମା କରିଛନ୍ତି । ନାଗରିକତା ଛାଡିବା ପାଇଁ ଚୋକସୀଙ୍କୁ ୧୭୭ ଆମେରିକୀୟ ଡଲାର ଜମା କରିବାକୁ ପଡିଥିଲା । ଏହି ବିଷୟରେ ବୈଦେଶିକ ସଂଯୁକ୍ତ ମନ୍ତ୍ରାଳୟର ସଚିବ ଅମିତ ନାରଙ୍ଗ ଗୃହ ମନ୍ତ୍ରାଳୟକୁ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଘୋଟାଲା କରିବା ପରେ ନୀରବ ମୋଦୀ ଏବଂ ମେହୁଲ ଚୋକସୀ ଦେଶ ଛାଡି ପଳାୟନ କରିଥିଲେ । ଏହା ପରେ ଏହି ମାମଲାରେ ଯାଂଚ ସଂସ୍ଥା ଉଡି ଏବଂ ସିବିଆଇ ଏହାର ତଦନ୍ତ କରୁଥିଲେ । ଏପର୍ଯ୍ୟନ୍ତ ସେମାନଙ୍କର ୪ହଜାର କୋଟି ଟଙ୍କା ଜବତ ହୋଇ ସାରିଛି । ଦୁଇ ଜଣଙ୍କ ବିରୋଧରେ ଆର୍ଥିକ ପଳାତକ ଅଧିନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।