News

ବିକ୍ରମ ସହ ଯୋଗାଯୋଗ ଚ୍ଛିନ୍ନ ପରେ ମୋଦିଙ୍କୁ କୁଣ୍ଢାଇ କାନ୍ଦିଲେ ଇସ୍ରୋ ମୁଖ୍ୟ କେ ଶିବନ

K Shivan Tears Fello Out While Modi Hug Him Thumbnail 750x430

ଚନ୍ଦ୍ର ଅଭିଯାନରେ ଯାଇଥିବା ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ବିକ୍ରମ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଇସ୍ରୋର ବୈଜ୍ଞାନିକମାନେ ନିରାଶ ହୋଇପଡ଼ିଛନ୍ତି। ଏପରିକି ଇସ୍ରୋ ମୁଖ୍ୟ କେ ସିବନ ବି ଭାଙ୍ଗି ପଡ଼ିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଇସ୍ରୋ ମୁଖ୍ୟାଳୟରୁ ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରି ବାହାରିବା ବେଳେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା।

K Sibam
K Siban

ପ୍ରଧାନମନ୍ତ୍ରୀ କଣ୍ଟ୍ରୋଲ୍‌ରୁମ୍‌ରୁ ବିଦାୟ ନେଇ ଆସିବା ବେଳେ ଉପସ୍ଥିତ ବୈଜ୍ଞାନିକମାନଙ୍କ ସହ କରମର୍ଦ୍ଦନ କରି ଉତ୍ସାହପ୍ରଦ କଥା କହିଥିଲେ। ସେଠାରେ ମ୍ରିୟମାଣ ଦିଶୁଥିବା ଶିବନଙ୍କୁ କୋଳେଇ ନେବା ସହ ମୋଦୀ ନିଜେ ମଧ୍ୟ ଭାବବିହ୍ଵଳ ହୋଇ ପଡ଼ିଥିଲେ। କୋଳାଗ୍ରତ ଅବସ୍ଥାରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପିଠି ଆଉଁସି ଦେବାବେଳେ ଶିବମଙ୍କ ଆଖିରେ ଲୁହ ବୋଲ ମାନି ନ ଥିଲା।

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣର ଶେଷ ମୁହୁର୍ତ୍ତରେ ହିଁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହେବାପରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଆଶା ଓ ଆଶଙ୍କାରେ ଦେଖିବାକୁ ମିଳିଥିଲା। ଏହା ପରେ କିଛି ସମୟ ପାଇଁ ଇସ୍ରୋ ମୁଖ୍ୟାଳୟରେ ନିରାଶ ଖେଳି ଯାଇଥିଲା। ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରତା ଯାଏ ଲ୍ୟାଣ୍ଡର ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା। ତା’ ପରେ ଲ୍ୟାଣ୍ଡର ପାଖରୁ ଇସ୍ରୋ କଣ୍ଟ୍ରୋଲ ରୁମ୍‌କୁ କୌଣସି ସୂଚନା ମିଳିନଥିଲା।

ପଢନ୍ତୁ: ମାତ୍ର ୧୫ ମିନିଟ୍ ଦୂରତାରେ ରାସ୍ତା ଭୁଲିଗଲା ବିକ୍ରମ

Related posts

ପୋଲିସ କମିଶନରେଟଙ୍କ ନିଷ୍ପତି:ଚାନ୍ଦା ଜୁଲମ କଲେ ବନ୍ଧା ହେବ

ENO Beuro

ପାକିସ୍ତାନର ସମସ୍ତ ଡାକ୍ତରଙ୍କୁ ବିଦା କଲା ସାଉଦି ଆରବ

Ratnamani Moharana

ବିଜେପିର ସଫଳତା ଦେଖି ବିଦେଶରୁ ଛୁଟିଲା ଶୁଭେଚ୍ଛାର ସୁଅ

Ratnamani Moharana