Entertainment

ମା’ଙ୍କ ମୃତ୍ୟୁ ବାର୍ଷିକୀରେ ସୋସିଆଲମିଡିଆରେ ଜଣାଇଲେ ନିଜ ହୃଦୟର କଥା : ଅର୍ଜୁନ କପୁର

ବଲିଓଡର ଚାନ୍ଦିନୀ ଶ୍ରଦେବୀଙ୍କ ମୃତ୍ୟୁ ପରେ ସବୁ ପଛ କଥା ଭୁଲି ଦୁଇ ସାବତ ଭଉଣୀ ଜାହ୍ନବୀ କପୁର ଏବଂ ଖୁସୀ କପୁରଙ୍କ ଧ୍ୟାନ ରଖିବା ଆରମ୍ଭ କରିଛନ୍ତି ଅର୍ଜୁନ କପୁର। ଅର୍ଜୁନଙ୍କୁ ମଧ୍ୟ ସାଥ ଦେଇଛନ୍ତି ତାଙ୍କ ଭଉଣୀ ଅଂଶୁଲା କପୁର।

କିନ୍ତୁ ନିଜ ମା ଙ୍କୁ ହରେଇବାର ଦୁଖ ଏ ପ୍ରଯନ୍ତ ଭୁଲିନାହାନ୍ତି ଅର୍ଜୁନ। ମା’ଙ୍କ ମୃତ୍ୟୁ ବାର୍ଷିକୀରେ ଅର୍ଜୁନ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଅପ୍‌ଲୋଡ଼ କରି ଆଖିରେ ଲୁହ ଆଣିବା ଭଳି କଥା ଲେଖିଛନ୍ତି।

ଅର୍ଜୁନ କପୁର ନିଜ ଇନ୍‌ଷ୍ଟାଗ୍ରାମରେ କହିଛନ୍ତି ଯେ,

“ମୁଁ ଆଜି ପଟିଆଲାରେ ସୁଟିଂ କରୁଛି। ଯଦି ତମେ ଆଜି ଥାଆନ୍ତ ତା’ ହେଲେ ମୁଁ ସୁଟିଂ କରୁଥିବା ଲୋକେସନ କେତେ ସୁନ୍ଦର ତାହା ଫଟୋ ପଠାଇ ମୁଁ ତମକୁ ଦେଖାଇ ଥାଆନ୍ତି । ତମେ ମୋ ଫିଲ୍ମ ଦେଖି ପାରିଲ ନାହିଁ କି ମୋ ସହ ରେଡ଼୍‍ କାର୍‌ପେଟ୍‌ରେ ଚାଲି ପାରିଲ ନାହିଁ । ମୁଁ ବିଶ୍ୱାସ କରି ପାରୁ ନାହିଁ କି ତୁମର ଯିବା ୬ ବର୍ଷ ହୋଇ ଗଲାଣି । ଏହି ୬ ବର୍ଷ ମଧ୍ୟରେ ତମେ ମୋ ସଙ୍ଗେ ରହିବା ସହ ମୋ ଫିଲ୍ମ ସହ ଜଡ଼ିତ ରହିଛ । ଆମେ ଆମ ଜୀବନରେ କେତେ ଭଲ କାମ କରୁଛୁ ତାହା ତ ମୁଁ ଜାଣି ନାହିଁ, କିନ୍ତୁ ଯାହା ତମେ ଶିଖାଇଛ ଆମେ ସେହି ରାସ୍ତାରେ ଚାଲିବାକୁ ଚେଷ୍ଟା କରୁଛୁ। ଏହା ସହ ଆମେ ତୁମକୁ ବହୁତ ଭଲ ପାଉ ବୋଲି ଲେଖି ସେ ତାଙ୍କ ମା’ଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ।

ପଢନ୍ତୁ; “ମୁ ତୁମର” ଆଲବମ ଟିର ଷ୍ଟୁଡିଓ ଭର୍ସନ ୟୁଟ୍ୟୁବୁ ରେ ୨ ମିଲିୟନ ଟପି ଏବେ ଚର୍ଚାରେ

Related posts

ୟୁପିର ୮୫୦ କୃଷକଙ୍କ ଋଣ ଶୁଝିବେ ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ

ENO Beuro

ଧର୍ମଗୁରୁ ଓଶୋଙ୍କ ଭୂମିକାରେ ନଜର ଆସିବେ ରଣବୀର

ENO Beuro

Aekalavya Samman Festival Season 9 Of Lasyakala By Founder Saswat Joshi

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More