POLITICALS

ଭୋଟ୍ ପାଇଁ ଚାଲିଛି ନୋଟ୍‌ ଖେଳ: ଥଳକୂଳ ପାଉନାହାନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

୨୦୧୯ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି ।ତେବେ ଭୋଟ ହତେଇବା ପାଇଁ ପାଇଁ ସବୁ ଦଳ ଆପ୍ରଣେ  କରୁଛନ୍ତି ଚେଷ୍ଟା। କିଏ ଭୋଟରଙ୍କ ଘରକୁ ଯାଇ ପଖାଳ ଖାଉଛି ତ କିଏ ସିଧା ଭୋଟରଙ୍କ ଗୋଡତଳେ ପଡି ସାଷ୍ଟାଙ୍ଗ  କରିବାକୁ ପଛଉନାହାନ୍ତି। ତେବେ ଏସବୁ ସତ୍ବେ ମଧ୍ୟ  ଆଉ ଏକ ବାଟ ରହିଛି ଯାହା ପ୍ରତ୍ୟକ ଦଳ ବ୍ୟବହାର କରିବାକୁ ପଛଉନାହାନ୍ତି। ଆଉ ତାହା ହେଉଛି ନୋଟ ଖେଳ । ଭୋଟ ହାତେଇବା ପାଇଁ ଚାଲିଛି ନୋଟ ଖେଳ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଦୈନିକ ଜବତ ହେଉଛି ଲକ୍ଷ ଲକ୍ଷ  ବେନାମି ଟଙ୍କା। ତେବେ ଏହି ଖେଳର ଟେର ପାଉନାହାନ୍ତି ଖୋଦ ରାଜ୍ୟ ନିର୍ବାଚନ ଅଧିକାରୀ।

ନିକଟରେ ପିପିଲିର ଏକ କାର ଭିତରୁ ଟଙ୍କା ଜବତ କରଯାଇଥିଲା। ଗାଡିର ମାଲିକଙ୍କୁ ଟଙ୍କା କଥା ପଚାରିବାରୁ କୌଣସି ସନ୍ତୋଷ ଜଣକ ଉତ୍ତର ନମିଳିବାରୁ ଏହାକୁ ସେଲକୁ ପଠାଇ ଦିଆଯାଇଥିଲା। ପୁଣି  ଆଜି ରାଉରକେଲାରେ ଏକ ନମ୍ବରବିହୀନ କାର୍ ୨୭ ଲକ୍ଷ ୪୯ ହଜାର ଟଙ୍କା ଫିଙ୍ଗି ପଳାଇଥିବାବେଳେ ଲାଞ୍ଜିଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ବି ଜବତ ହୋଇଛି ନଗଦ ୨ ଲକ୍ଷ ଟଙ୍କା। ଏଣେ ରାଜଧାନୀରୁ ବି ଏକ କାରରୁ ଜବତ ହୋଇଛି ୨ଲକ୍ଷ ୩୧ ହଜାର ଟଙ୍କା। ତଦନ୍ତ ପରେ ଗାଡ଼ିରେ ଥିବା ବ୍ୟବସାୟୀଙ୍କୁ ସେ ଟଙ୍କା ଅବଶ୍ୟ ଫେରାଇ ଦିଆଯାଇଛି । ତେବେ ଏହି ସବୁ ଟଙ୍କା ସହ ରାଜନୈତିକ ଦଳର ସମପୃକ୍ତି ସନ୍ଦେହ ଥିଲେ ବି କିଛି କରିପାରୁନାହାନ୍ତି ରାଜ୍ୟ ନିର୍ବାଚନୀ ଅଧିକାରୀ।
ପଢନ୍ତୁ: ପୁଣି ଥରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୁଅନ୍ତୁ ବୋଲି ଆଶାବ୍ୟକ୍ତ କଲେ ଇମରାନ ଖାନ

Related posts

ଇଭିଏମ୍‌ ମେସିନରେ କଂଗ୍ରେସ ବଟନ୍‌ କାମ କରୁନି: ଓମର ଅବଦୁଲ୍ଲା

Ratnamani Moharana

ବିଜେପି ଚାପରେ “କାଳିଆ”ବନ୍ଦ: ବିଜେଡ଼ି

Ratnamani Moharana

ପ୍ରିୟଙ୍କାଙ୍କୁ ନିର୍ବାଚନ ଲଢ଼ିବା ଓ ରାଲିରେ ଭାଷଣ ଦେବା ମନା : କଂଗ୍ରେସ

Ratnamani Moharana

Leave a Comment